ବାତ୍ୟା ଓ ବନ୍ୟା ପ୍ରଭାବିତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ଛାଡ଼ ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ର ଦାବୀ

Pradeep Kar

ବ୍ରହ୍ମପୁର, ତାରିଖ: ୦୫.୧୧.୨୦୨୬ ‘ଅର୍ଣ୍ଣବ’ ବାତ୍ୟା ଓ ବନ୍ୟାରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ହଜାର ହଜାର ପରିବାର କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ଶିକ୍ଷାଜୀବନ ଉପରେ ମଧ୍ୟ ପଡ଼ିଛି। ବନ୍ୟାରେ ପାଠ୍ୟପୁସ୍ତକ, ଖାତା, ସ୍କୁଲ ବ୍ୟାଗ୍ ଓ ପୋଷାକ ନଷ୍ଟ ହେବା ସହ ଅଭିଭାବକମାନେ ରୋଜଗାର ହରାଇ ଆର୍ଥିକ ସଂକଟରେ ପଡ଼ିଛନ୍ତି l ଏଭଳି ପରିସ୍ଥିତିରେ ପରୀକ୍ଷା ଫର୍ମ ପୂରଣ ଓ ଫି’ ପ୍ରଦାନ ପ୍ରଭାବିତ ଛାତ୍ରଛାତ୍ରୀଙ୍କ ପାଇଁ ଅତିରିକ୍ତ ବୋଝ ହୋଇଛି। ଆର୍ଥିକ ଅନଟନ ଯୋଗୁଁ କୌଣସି ଛାତ୍ରଛାତ୍ରୀ ଯେପରି ପରୀକ୍ଷା ଦେବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାର ବାତ୍ୟା ଓ ବନ୍ୟା ପ୍ରଭାବିତ ଛାତ୍ରଛାତ୍ରୀଙ୍କ ସମସ୍ତ ପରୀକ୍ଷା ଫି’ ସମ୍ପୂର୍ଣ୍ଣ ଛାଡ଼, ଫର୍ମ ପୂରଣ ଅବଧି ବୃଦ୍ଧି ଓ ବିଳମ୍ବଜନିତ ଜରିମାନା ଛାଡ଼ କରିବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦାବି କରିଛି। ଏଥିସହ ବନ୍ୟାରେ ନଷ୍ଟ ହୋଇଥିବା ପାଠ୍ୟପୁସ୍ତକ, ଖାତା, ସ୍କୁଲ ବ୍ୟାଗ୍ ଓ ଅନ୍ୟାନ୍ୟ ଶିକ୍ଷା ସାମଗ୍ରୀ ମାଗଣାରେ ଯୋଗାଇବା, କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ମରାମତି ଓ ପୁନରୁଦ୍ଧାର କରିବା ସହ ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଶିକ୍ଷା ଓ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମଞ୍ଚ ଦାବି କରିଛି। ଏହି ମର୍ମରେ ମଞ୍ଚ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ମଞ୍ଚ ଆବାହକ ଆଇନଜୀବି ଅବନୀ ଗୟା, ସଭାପତି ଗଗନ ଚନ୍ଦ୍ର ମଲ୍ଲିକ,ସମ୍ପାଦକ ଗୁଣନିଧି ବେହେରା,ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା, ଗଗନ ଚାନ୍ଦ ପ୍ରଧାନ, ମନୋଜ କୁମାର ତରାଇ,ହୃଷୀକେଶ ପାତ୍ର, ଶିକ୍ଷକ ସଙ୍ଗଠନ ନେତା ଶ୍ୟାମ ସୁନ୍ଦର ଖାଡଙ୍ଗା, ବିଜୟ କୁମାର ପାଢୀ, ଆପ୍ ନେତା ଆଦିତ୍ୟ ନାରାୟଣ ରଥ, ଜୟକୃଷ୍ଣ ନାୟକ,ଅଧ୍ୟାପକ ମନୋରଞ୍ଜନ ସାହୁ,ସମାଜସେବୀ ସରିତା ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Also Read

Tags