ବ୍ରହ୍ମପୁର(ଏସଏମପି ):-
ସାମ୍ୱାଦିକ ଆକ୍ରମଣକାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବl ଦାବି ଉଠିଛି l ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି l ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି l ବଡଖବର ସାମ୍ବାଦିକଙ୍କୁ ଗୋଡ ହାତ ବାନ୍ଧି ଆକ୍ରମଣ ଘଟିଛି l ଘଟଣଲ୍କୁ ନେଇ ସାମ୍ୱାଦିକ ମହଲରେ ନିନ୍ଦା କରାଯାଇଛି l ଏହି ଅବସରରେ ଆରଡିସି ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ୟୁଜେଏ ବ୍ରହ୍ମପୁର ଶାଖା ସଭାପତି କ୍ଷେତ୍ରବାସୀ ରଥ,ବରିଷ୍ଠ ସାମ୍ୱାଦିକ ପ୍ରକାଶ ମିଶ୍ର,ହେମନ୍ତ ପାତ୍ର, ଵିଚିତ୍ର ସାହୁ, ଜଗଦା ନନ୍ଦ ଦାସ,ସୂର୍ଯ୍ୟ ନାରାୟଣ ଦାସ, ବିଜୟ ଗୌଡ଼, ସନ୍ତୋଷ ପାଣିଗ୍ରାହୀ, ଶ୍ରୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l