ପ୍ରଥମ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ମହୋତ୍ସବ -2026

Pradeep Kar

ସୁବଳୟା, (ଗଞ୍ଜାମ) ଗୋପାଳକୃଷ୍ଣ ମହାବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କଳା ମଞ୍ଚ ତରଫରୁ ସୁବଳୟା ଗୋପାଳକୃଷ୍ଣ ଗ୍ରାମ୍ୟ ଶାନ୍ତି କମିଟି ମିଳିତ ପ୍ରୟାସରେ ପ୍ରଥମ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତାର ଆଜି ପ୍ରଥମ ରଜନୀରେ ମା ନାରାୟଣୀ ନାଟ୍ୟ ସଂସଦ ଖଲ୍ଲିକୋଟ ନାଟକ – ରୂପା ଶଗଡ଼ରେ ସୁନା କନିଆ ମଞ୍ଚସ୍ଥରେ ମୁଖ୍ୟ ଉଦଘାଟକ ଗଞ୍ଜାମ ଜିଲ୍ଲା BJP ର SC ମୋର୍ଚ୍ଚା ସଭାପତି ଶ୍ରୀ କିର୍ତ୍ତନ ଦାସ ଉଦଘାଟନ କରି କଳାକାରମାନଙ୍କୁ ଉତ୍ସାହିତ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ କଳା ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁବଳୟା ଗୋପାଳକୃଷ୍ଣ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ, ଶାନ୍ତି କମିଟି ସଭାପତି ରାମହରି ଦାସ, ଜଗନ୍ନାଥ କଳା ମଞ୍ଚ ର ସଭାପତି ଶ୍ରୀ ଶଙ୍କର ବାରିକ, ଜଗନ୍ନାଥ କଳା ମଞ୍ଚ ର ସମ୍ପାଦକ ଉମାକାନ୍ତ ବେହେରା, ଅନ୍ୟ ମାନଙ୍କ ମଧ୍ୟରେ ଅକ୍ଷୟ କୁମାର ସାହୁ ଓ କହ୍ନେଇ ନାହାକ, ବୈରାଗୀ ଦାସ, କୈଳାସ ଚନ୍ଦ୍ର ସ୍ବାଇଁ ଓ ସଭା ପରିଚାଳନା କରୁଥିଲେ ନାଟ୍ୟ ନିର୍ଦେଶକ ନିରଞ୍ଜନ ମୁଦୁଲି।

Also Read

Tags