କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଭାଲୁବୁଟ୍ରା ଜଙ୍ଗଲରୁ ଉଦ୍ଧାର ହେଲା ଘଡିଆଳ କୁମ୍ଭୀର

Pradeep Kar

ଭବାନୀପାଟଣା, ୧୩/୦୭ (ପ୍ରଭାତୀ ଓଡିଶା) କଳାହାଣ୍ଡି ଜିଲ୍ଲା,କଳମପୁର ବ୍ଲକରେ ଆଜି ସୋମବାର ମଧ୍ୟାହ୍ନରେ କଲମପୁର ଥାନା ତଥା ଜୁନାଗଡ ବନାଞ୍ଚଳ ଅଧିନସ୍ତ ଭାଲୁବୁଟ୍ରା ଜଙ୍ଗଲରୁ ଏକ ଘଡିଆଳ କୁମ୍ଭୀର ଥିବା ଆଜି ସକାଳୁ ଜଣା ପଡିଥିଲା I ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବାଦ ଦାତା ରବୀନ୍ଦ୍ର ମିଶ୍ରଙ୍କ ସହ ଯୋଗାଯୋଗ କରିବା ପରେ ଶ୍ରୀ ମିଶ୍ର ତୁରନ୍ତ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧୁକାରୀଙ୍କୁ ଆର, କଲାଇଭାନନଙ୍କ ସ‌ହ ଫୋନ୍ ଯୋଗାଯୋଗ କରିବା ପରେ ତୁରନ୍ତ ଜୁନାଗଡ ବନାଞ୍ଚଳ ଅଧୂକାରୀ ସିମାଞ୍ଚଳ ମିଶ୍ରଙ୍କ ସହ ଭାଲୁବୁଟ୍ରା ଠାରେ ପହଞ୍ଚି କୁମ୍ଭାରକୁ ଅନୁଧ୍ୟାନ କରିଥିଲେ । ଉକ୍ତ କୁମ୍ଭୀର ସାତକୋଶିଆରୁ ନିଖୋଜ ହେଇଥିବା ୩୨୨ ନମ୍ବର କ୍ଷିଣ ବନ କୁମ୍ଭୀର ଯାହା କୁମ୍ଭୀରର ଟ୍ୟାଗରୁ ଜଣା ପଡିଥୁଲା । ଏହାପରେ ଦକ୍ଷିଣ ଖଣ୍ଡ ଅଧୂକାରୀ ଶ୍ରୀ କଲାଇଭାନନ ଏକ ଦୌଡି ସହାୟତାରେ କୁମ୍ଭୀର ବାନ୍ଧିବା ପରେ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ ୨.୫୬ ମିଟର ଲମ୍ବ ବିଶିଷ୍ଟ ଏହି କୁମ୍ଭୀରର ଓଜନ ପ୍ରାୟ ଦେଢ କୁଇଣ୍ଟାଲ ହୋଇଥିଲା । ଘଡ଼ିଆଳ କୁମ୍ଭୀରର ଚିକିତ୍ସା ହେବ ବୋଲି ବନ ବିଭଗ ସୂଚନା ଦେଇଥିଲେ । ଏହାପରେ ସଂଧ୍ୟା ୬ଟା ବେଳେ ଏକ ପିକଅପ ଭେନ ସହାୟତାରେ ଭାବନିପାଟଣା ଜିଲ୍ଲା କାର୍ଯ୍ୟାଲୟକୁ ଅଣାଯାଇଛି । ସେଠାରେ ପରୀକ୍ଷା କରାଯିବା ପରେ ପୁଣି ସାତକୋଶିଆରେ ଛଡାଯିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି କୁମ୍ଭୀର ଉଦ୍ଧାର ସମୟରେ କୋକସରା ବନାପାଳ ଲକ୍ଷ୍ମୀ ରଞ୍ଜିତା ନାଏକ,ବନରକ୍ଷୀ ଜଗନ୍ନାଥ ନାଏକ,ନମିତା ବାଗଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ରହିଥିଲେ I

Also Read

Tags