ଶାସକ ଦଳ ବିଧାୟକ ପୁଅଙ୍କୁ ଚିକିତ୍ସା ଯୋଗାଇ ପାରିଲାନି ଏମକେସିଜି

Pradeep Kar

ଏମକେସିଜି ମେଡିକର ବର୍ଣ୍ଣ କେୟାର ୟୁନିଟରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ବେଡ୍ କାର୍ଯ୍ୟକ୍ଷମ ରହିଛି। ତଥାପି ଶାସକ ଦଳର ବିଧାୟକ ପୁଅଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଉତ୍ତମ ଚିକିତ୍ସା ଯୋଗାଇବାରେ ବିଫଳ ହେଲେ। ଅନେକ ରୋଗର ଚିକିତ୍ସା କ୍ଷେତ୍ରରେ ମେଡ଼ିକାଲରେ ଆବଶ୍ୟକ ମୁତାବକ ଭିତ୍ତିଭୂମି ଥିବା ବେଳେ ଅଧିକାଂଶ ସମୟରେ ବିଭାଗୀୟ ବରିଷ୍ଠ ଡାକ୍ତର ଅନୁପସ୍ଥିତ କାରଣରୁ ଗୁରୁତର ରୋଗୀ ଉତ୍ତମ ଚିକିତ୍ସାରୁ ବଞ୍ଚିତ ରହୁଛନ୍ତି। ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ଜନପ୍ରତିନିଧି ବେଶ୍ ଅବଗତ ରହିଛନ୍ତି। ତଥାପି ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ଶୂନ। ଫଳରେ ରୋଗୀଙ୍କୁ ଉଚିତ ସମୟରେ ଚିକିତ୍ସାରେ ଅବହେଳା ହେଉଥିବା ବେଳେ ଅନ୍ୟ ହସ୍ପିଟାଲ ନେବାରେ ମୂଲ୍ୟବାନ ସମୟ ଯାଉଛି। କେବଳ ଏହି ବିଭାଗ ନୁହେଁ ମେଡ଼ିକାଲର ପ୍ରାୟ ବିଭାଗରେ ସମାନ ସ୍ଥିତି। ସପ୍ତାହର ଅନେକ ସମୟରେ ବିଭାଗୀୟ ମୁଖ୍ୟ ସହର ବାହାରେ ରହୁଥିବା ବେଳେ ଅନ୍ୟ ଡାକ୍ତର ମାନେ ମେଡିକାଲ ବାହାରେ ରୋଗୀ ଚିକିତ୍ସାରେ ବେଶ୍ ଟଙ୍କା ରୋଜଗାର କରୁଛନ୍ତି। ଏଭଳି ପରିସ୍ଥିତିରେ ଏହି ମୁରବି ଶୂନ୍ୟ ଏମକେସିଜି ଉପରେ ମଳିମୁଣ୍ଡିଆ ରୋଗୀଙ୍କୁ ଛାଡ଼ିଦେଲେ ଆଉ କିଏ ବା ଭରସା କରିବ।

Also Read

Tags