ୱାର୍ଡ଼ ନଂ ଦୁଇ ରେ କିଛି ଅଂଚଳ ନୂତନ ଭାବେ ନାମକରଣ ହେଲା ଦୁର୍ଗା ମାଧବ ନଗର l

Pradeep Kar

ବ୍ରହ୍ମପୁର, 07/05 : ନୂତନ ଅଞ୍ଚଳର ମୁଖ୍ୟ ରାସ୍ତା ଓ ଏହାର ପାର୍ଶ୍ୱବର୍ତ୍ତୀ ଅନ୍ୟ ପାଞ୍ଚଗୋଟି ସାହିକୁ ନେଇ ଆମ୍ଭ ଅଞ୍ଚଳର ନାମ “ଦୁର୍ଗାମାଧବ ନଗର” ନାମରେ ନାମକରଣ କରାଯାଇଛି। ଏହି ଅଞ୍ଚଳର ୭୫ ରୁ ଉର୍ଦ୍ଧ ବାସିନ୍ଦାଙ୍କ ଦସ୍ତଖତ କରାଇ ସମସ୍ତଙ୍କ ଗୋଚରରେ ଆଜି ଆମ୍ଭର ଲିଖିତ ଅନୁରୋଧ ପତ୍ରକୁ ସମ୍ମାନାନୀୟ ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ, / ଉପଜିଲ୍ଲାପାଳ, ବ୍ରହ୍ମପୁର / ତହସିଲଦାର, ବ୍ରହ୍ମପୁର/ ବଡ଼ବଜାର ଥାନା ଅଧିକାରୀ ଓ ପାଣିଗ୍ରାହୀପେଣ୍ଠ ପୋଷ୍ଟ ମାଷ୍ଟରଙ୍କ ଗୋଚରାର୍ଥେ ସାହି ବାସିନ୍ଦା ମାନଙ୍କ ତରଫରୁ ଏହି memorandum ପ୍ରଦାନ କରାଗଲା। ଏଣୁ ଆମ୍ଭ ଦୁର୍ଗାମାଧବ ନଗରର ସମସ୍ତ ବାସିନ୍ଦାଙ୍କ ତରଫରୁ ଅନୁରୋଧ କରୁ ଅଛୁ ଯେ, ଆପଣ ଦୟାକରି ଆପଣଙ୍କ ଖବର କାଗଜ ରେ ଏହି ଖବରଟିକୁ ପ୍ରକାଶ କଲେ ଆମ୍ଭ ସମସ୍ତଙ୍କ ଉପକୃତ ହୋଇଥାନ୍ତା।

Also Read

Tags