ଭୟାବହ ସଡ଼କ ଦୁର୍ଘଟଣା : ଟ୍ରକ୍ ଚଳକଙ୍କ ମୃତ୍ୟୁ

Pradeep Kar

ପୁରୁଷୋତ୍ତମପୁର, : 17/05/26 ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମରୁ ବାଇଧର ଯିବା ମୁଖ୍ୟ ରାସ୍ତାରେ ଆଜି ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି। ଏକ ଅଜଣା ଟ୍ରକ୍ ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ପୁରାତନ ନିମ୍ବ ଗଛକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବହୁ ବର୍ଷ ର ପୁରୁଣା ନିମ୍ବ ଗଛଟି ସମୂଳେ ଉପୁଡ଼ି ପଡ଼ିଥିବା ବେଳେ ଟ୍ରକ୍‌ଟି ପୂରାପୁରି ଚୁରମାର ହୋଇଯାଇଛି। ଘଟଣାସ୍ଥଳର ଦୃଶ୍ୟ ଦେଖିଲେ ଦୁର୍ଘଟଣା କେତେ ଭୟାବହ ଥିଲା ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି। ସେଠାରେ ଟ୍ରକ୍‌ଟି ରାସ୍ତା ପାଖରେ ଓଲଟି ପଡ଼ିଥିବା ସହ ଚାରିପାଖରେ ଗଛର ଡାଳ, ଭାଙ୍ଗିଥିବା ଯାନଖଣ୍ଡ ଓ ମାଟି ଛିଟିଯାଇଥିବା ଦେଖାଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ ଟ୍ରକ୍‌ର ଅଜଣା ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି, ଲୋକମାନେ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Also Read

Tags