ନାଳନ୍ଦା ଶ୍ରୀ ସେକେଣ୍ଡାରୀ ହାଇ ସ୍କୁଲ ବ୍ରହ୍ମପୁରର ବାଜିମାତ୍

Pradeep Kar

ବ୍ରହ୍ମପୁର:ସ୍ଥାନୀୟ ଜୟପ୍ରକାଶ ନଗର ଦ୍ୱିତୀୟ ଲାଇନ ସ୍ଥିତ ନାଳନ୍ଦା ଶ୍ରୀ ଏବଂ ନାଳନ୍ଦା ବିଦ୍ୟା ମନ୍ଦିର ଦୁଇଟି ମଧ୍ୟରୁ ଆଜି ସର୍ବୋଚ୍ଚ ଉଚରେ ବା ରେଜଲ୍ଟରେ ନାଳନ୍ଦା ଶ୍ରୀ ସେକେଣ୍ଡାରୀ ହାଇସ୍କୁଲ ର ଛାତ୍ର ଛାତ୍ରୀ ଦକ୍ଷିଣ ଓଡ଼ିଶାରେ ପ୍ରଥମ ରହିଥିବା ବେଳେ ସର୍ବୋଚ୍ଚ ଓଡ଼ିଶାରେ ଦ୍ଵିତୀୟ ନମ୍ବରରେ ସ୍ଥାନ ପାଇଛି ସ୍କୁଲରେ ଚଳିତବର୍ଷର ବିଜ୍ଞାନ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଅନୁଷ୍ଠାନର ବିଦ୍ୟାର୍ଥୀ ମାନେ ସତପ୍ରତିସତ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବା ସହିତ ୭୫ ଜଣ ଛାତ୍ର ଛାତ୍ରୀ ଏଏକ ସ୍ଥାନ ରଖିଛନ୍ତି, ସେମାନଙ୍କ ମଧ୍ୟରୁ ଦୁର୍ଗା ମାଧବ ବାରିକ ୫୯୬ (୯୯.୩୩) ପ୍ରଥମ ସ୍ଥାନ ଲାଭ କରିଥିବା ବେଳେ ସୁଶ୍ରୀ ଖୁସି ରଣା ୫୮୭ (୯୭.୮୩) ଏବଂ ଶୁଭମ ପାତ୍ର ୫୮୫ (୯୭.୫) ରଖି ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଲାଭ କରିଛନ୍ତି. ଏହି ଅବସରେ ଆୟୋଜିତ ଉତ୍ସବରେ “ଯୁକ୍ତଦୁଈ ବିଜ୍ଞାନ ଉତ୍କର୍ଶ ସମ୍ମାନ “ରେ ସମ୍ମାନିତ କରିବା ସାଙ୍ଗକୁ ଅନୁଷ୍ଠାନର ଅଧକ୍ଷ ପ୍ରତିଷ୍ଠାତା ଶ୍ରୀଯୁକ୍ତ କାଳିଚରଣ ସାହୁ ଉତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସାଙ୍ଗକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ | ଉପଦେଷ୍ଟା ଉମାକାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ

Also Read

Tags