ହିଞ୍ଜିଳିକାଟୁ ଅଞ୍ଚଳରେ ରାଧାକୃଷ୍ଣ କମିଟି ପକ୍ଷରୁ ଆୟୋଜିତ ଯାତ୍ରା ସିଂହବାହିନୀ ଚାଲିଥିବା ସମୟରେ ପେଣ୍ଡାଲ ନିକଟରେ ଶନିବାର ରାତିରେ ବିଦ୍ୟୁତ ଆଘାତରେ ଆଙ୍କୋରଡା ଗ୍ରାମ ର ୨୩ ବର୍ଷ ବୟସର ଯୁବକଙ୍କ ମୃତ୍ୟୁ ଘଟିଛି। ହିଞ୍ଜିଳିକାଟୁ ଯାତ୍ରା କ୍ୟାମ୍ପରେ ଘଟିଥିବା ଅଭାଗ୍ୟଜନକ ଘଟଣା ପରେ ଯାତ୍ରା ରାଣୀ ସିଂହବାହିନୀ ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଗତକାଲି ହିଞ୍ଜିଳିକାଟୁ ଯାତ୍ରା କ୍ୟାମ୍ପରେ ଚାଲିଥିବା ଯାତ୍ରା ସମୟରେ ଜଣେ ଦର୍ଶକ ଙ୍କର ବିଦ୍ୟୁତ ଆଘାତ ରେ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣା ପରେ ଯାତ୍ରା ରାଣୀ ସିଂହବାହିନୀ ର ପ୍ରଯୋଜକ ସଞ୍ଜୀବ କୁମାର ପାଢ଼ୀ ମୃତକ ଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଯାତ୍ରା କଳାକାର ପୀୟୁଷ ତ୍ରିପାଠୀ ପଚାଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।ଏହା ସହିତ ଉଭୟେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିବା ସହ ଦୁଃଖର ଏହି ମୁହୂର୍ତ୍ତରେ ପରିବାର ସହ ରହିବାର ଆଶ୍ୱାସନ ଦେଇଛନ୍ତି।ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଯାତ୍ରା କ୍ୟାମ୍ପରେ ସୁରକ୍ଷା ବ୍ୟବସ୍ଥା କୁ ନେଇ ବିଭିନ୍ନ ମହଲରେ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠିଛି।
ବିଦ୍ୟୁତ ଆଘାତରେ ୨୩ ବର୍ଷର ଯୁବକଙ୍କ ମୃତ୍ୟୁ





