ବ୍ରହ୍ମପୁର :୨୫/୫ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ର ତୃତୀୟ ଦିନରେ ଘଟ ପୂଜା ଆରମ୍ଭ ହୋଇଛି । ଗୁରୁବାର ଦିନ ମାଁ ବୁଢ଼ୀ ସାଆନ୍ତାଣୀ ଙ୍କ ଆଜ୍ଞା ମାଳକୁ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା । ମାଁ ଦୁଇ ଦିନ ଅସ୍ଥାୟୀ ମଣ୍ଡପରେ ଚାଙ୍ଗୁଡ଼ିରେ ପୂଜା ପାଇବା ପରେ ଶନିବାର ଦିନ ଘଟରେ ପ୍ରବେଶ କରିଛନ୍ତି । ମାଁ ଙ୍କ ବାପା ଘର ବୋଲାଉଥିବା ସାହୁ ପରିବାର ପକ୍ଷରୁ ଗୋଟିଏ ମୁଖ୍ୟ ଏବଂ ଦୁଇଟି ପାର୍ଶ୍ୱ ଘଟକୁ ପ୍ରସ୍ତୁତ କରିଥିଲେ । ଅସ୍ଥାୟୀ ମଣ୍ଡପରେ ଉକ୍ତ ତିନୋଟି ଘଟକୁ ବ୍ରହ୍ମପୁରର ଗନ୍ତାୟତ ପୂଜକ ଏବଂ ଜଗଦଳପୁରର ଡାକୁଆ ପୂଜକ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ମାଁ ଙ୍କୁ ଘଟ ମଧ୍ୟରେ ପ୍ରବେଶ କରିଥିଲେ । ମାଁ ଘଟରେ ପ୍ରବେଶ ହୋଇ ଦୁଇ ଦିନ ଅସ୍ଥାୟୀ ମଣ୍ଡପରେ ପୂଜା ପାଇବେ । ମଙ୍ଗଳବାର ସନ୍ଧ୍ୟାରୁ ମାଁ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀ ନଗର ଭ୍ରମଣ ରେ ବାହାରି ଭକ୍ତଙ୍କୁ ଦେବେ ଦର୍ଶନ । ଯାତ୍ରାକୁ ଦୃଷ୍ଟିରେ ରଖି ମାଁ ଙ୍କ ନଗର ଭ୍ରମଣ ଆଇନ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୁଚନା ପ୍ରଦାନ କରିଛନ୍ତି ଯାତ୍ରା ପରିଚାଳନା କମିଟିର ପଞ୍ଚାନନ ସାହୁ, ଶିଶିର ସାହୁ ଏବଂ ସୀମା ବେହେରା
ତୃତୀୟ ଦିନରେ ପହଞ୍ଚିଲା ଜଗଦଳପୁର ର ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା





