ବ୍ରହ୍ମପୁର : ଜଗଦଳପୁର ପ୍ରସିଦ୍ଧ ମାଁ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀ ଙ୍କ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଘଟ ପରିକ୍ରମା ଆରମ୍ଭ ହୋଇଛି । ମାଁ ସାଆନ୍ତାଣୀ ଘଟରେ ପ୍ରବେଶ ପରେ ମଙ୍ଗଳବାର ଦିନ ପ୍ରଥମେ ଅସ୍ଥାୟୀ ମନ୍ଦିରରୁ ବାହାରି ନିଜ ବାପା ଘର ଅର୍ଥାତ୍ ସାହୁ ପରିବାର ଘରେ ପହଞ୍ଚିଥିଲେ । ସେଠାରେ ପୂଜା ପାଇବା ପରେ ଶୁଣ୍ଢି ସାହି ସ୍ଥିତ ମାଁ ଙ୍କ ସମ୍ପର୍କୀୟ ଙ୍କ ଘରେ ପୂଜା ପାଇ ବାଉରୀ ସାହିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇ ପୁଣି ଅସ୍ଥାୟୀ ମଣ୍ଡପକୁ ଫେରିଯାଇଥିଲେ । ମାଁ ସାଆନ୍ତାଣୀ ଠାକୁରାଣୀ ଚଳିତ ମାସ ୨୧ ତାରିଖ ଦିନ ଯାତ୍ରା ପାଇଁ ଆଜ୍ଞା ପ୍ରଦାନ କରିଥିଲେ । ମାଁ ଙ୍କ ଆଜ ଅସ୍ଥାୟୀ ମଣ୍ଡପରେ ଦୁଇଦିନ ଧରି ପୂଜା ପାଉଥିଲେ । ବୁଧବାର ଦିନ ସନ୍ଧ୍ୟା ଆଳତି ପରେ ମାଁ ସାଆନ୍ତାଣୀ ନଗର ଭ୍ରମଣ ରେ ବାହାରି ପ୍ରଥମେ ଶୁଣ୍ଢି ସାହି ସ୍ଥିତ ନିଜ ବାପା ଘରେ ପହଞ୍ଚି ଭୋଗ ଏବଂ ଆଳତି ପରେ ଅନ୍ୟ ସମ୍ପର୍କୀୟ ଙ୍କ ଘରେ ପୂଜା ପାଇଥିଲେ । ବାପା ଏବଂ ସମ୍ପର୍କୀୟ ଙ୍କ ଘରେ ପୂଜା ପାଇବା ପରେ ବାଉରୀ ସାହି ରେ ପହଞ୍ଚି ସ୍ଥାନୀୟ କୋଠ ଘରେ ପୂଜା ପାଇଁ ଅସ୍ଥାୟୀ ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।ଯାତ୍ରାକୁ ଦୃଷ୍ଟିରେ ରଖି ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ପରିଚାଳନା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ଅବସରରେ ମନ୍ଦିର ପୂଜକ , ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ଭାଗିରଥୀ ଗନ୍ତାୟତ, ଯାତ୍ରା ପରିଚାଳନା କମିଟି ର ପଞ୍ଚାନନ ସାହୁ,ସଂଜୟ ସାହୁ, ଶିଶିର ସାହୁ,ହରିଶ୍ଚନ୍ଦ୍ର ସାହୁ, ,ସମାଜସେବୀ ରାଧା ମୋହନ ସାହୁ, ବାବୁଲ ଡାକୁଆ,,ସୀମା ବେହେରା ସମେତ ଗ୍ରାମବାସୀ ଏକତ୍ରିତ ହୋଇ ମାଁ ଙ୍କ ପ୍ରଥମ ଦିନ ଘଟ ଯାତ୍ରାକୁ ପରିଚଳନା କରିଥିଲେ ।
ଜଗଦଳପୁର ମାଁ ବୁଢ଼ୀ ଠାକୁରାଣୀଙ୍କ ଘଟ ପରିକ୍ରମା ଆରମ୍ଭ





