ବୁଥ ସ୍ତରିୟ ଅଧିକାରୀଙ୍କୁ ଛତା ବଣ୍ଟନ କଲେ କର୍ପୋରେଟର

Pradeep Kar

ବ୍ରହ୍ମପୁର, : ୩୦/୫ ବ୍ରହ୍ମପୁରରେ ସ୍ଵତନ୍ତ୍ର ସଘନ ସଂଶୋଧନ ତଥା ଏସ ଆଇ ଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଛି ।ଏହି ପରିପ୍ରେକ୍ଷୀରେ ମହାନଗର ୱାର୍ଡ ୩୨ ଅଞ୍ଚଳରେ ଏହି କାର୍ଯ୍ୟ ଲାଗି ନିୟୋଜିତ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଛତା ବଣ୍ଟନ କରାଯାଇଥିଲା। ପ୍ରଚଣ୍ଡ ଖରାକୁ ଦୃଷ୍ଟି ରେ ରଖି କର୍ପୋରେଟର ସୁରେନ୍ଦ୍ର ମହାରଣା ନିଜେ ଘର୍ ଘର୍ ବୁଲି କାର୍ଯ୍ୟରେ ସହଯୋଗ କରିବା ସହ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଛତା ବଣ୍ଟନ କରିଥିଲେ ।ପ୍ରାୟ ୨୫ ଜଣକୁ ମାଗଣାରେ ଏପରି ଛତା ବଣ୍ଟନ କରାଯିବ ବୋଲି କର୍ପୋରେଟର ମହାରଣା କହିଛନ୍ତି ।ମେ ୩୦ ତାରିଖ ୨୦୨୬ ଠାରୁ ୨୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ଯାଇ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଭୋଟରଙ୍କୁ ଅଧିକାରୀ ଙ୍କୁ ସହଯୋଗ କରିବା ସହ ଆବଶ୍ୟକ ପ୍ରମାଣପତ୍ର ପ୍ରସ୍ତୁତ ରଖିବାକୁ ଅନୁରୋଧ କରାଯାଇଛି।

Also Read

Tags