ବ୍ରହ୍ମପୁର୍, ୩୧/୫ : ସରକାରୀ କୁଇନ୍ ମିଶନ ହାଇ ସ୍କୁଲ ୧୯୮୬ ମସିହା ମ୍ୟାଟ୍ରିକ ଛାତ୍ର ମାନଙ୍କ ତରଫରୁ ଦୀର୍ଘ ୪୦ବର୍ଷ ପରେ ଗାୟତ୍ରୀ ହୋଟେଲ ସମ୍ମିଳନୀ କକ୍ଷରେ ବନ୍ଧୁ ମିଳନ କାଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଗୁରୁ ତଥା ବରିଷ୍ଠ ଶିକ୍ଷାବିତ୍ କାହ୍ନୁ ଚରଣ ରଥ, ବିରୂପାକ୍ଷ ଦାସ, ସୁରେଶ ଚନ୍ଦ୍ର ମହାପାତ୍ର ଓ ଶିବ ପ୍ରସାଦ ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାଯ୍ୟକ୍ରମ ରେ ସୁଦୀପ କୁମାର୍ ସାହୁ ସଂଯୋଜନା କରିବା ସହ ଜଗନ୍ନାଥଙ୍କ ଏକ ଭଜନ ଗାନ କରିଥିଲେ ।ଏଠାରେ ଛାତ୍ର ମାନେ ପୁରୁଣା ସ୍ମୁତି ଚାରଣ କରି ଏପରି କାଯ୍ୟକ୍ରମ ଦୀର୍ଘ ବର୍ଷ ପରେ ଅୟୋଜନ କରାଯାଇଥିବାରୁ ଖୁସି ଅନୁଭବ କରିବା ସହ ପରସ୍ପରକୁ କୁ ଶୁଭେଚ୍ଛା ଜଣାଇଥିଲେ ।ପ୍ରାରମ୍ଭରେ ଦୁନିଆ ଛାଡ଼ି ଚାଲିଯାଇଥିବା ବନ୍ଧୁ ଆଉ ଶିକ୍ଷକ ମାନଙ୍କ ଲାଗି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସେହି ପରୀ ସଙ୍ଗୀତ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ପୁରାତନ ଛାତ୍ର ମାନଙ୍କ ତରଫରୁ ଦେବୀ ପ୍ରସାଦ ବେବର୍ତ୍ତା, ସୀମାଞ୍ଚଳ ମହାପାତ୍ର, ଲକ୍ଷ୍ମୀ ନାରାୟଣ ସାବତ, ସରୋଜ ପ୍ରସାଦ ପାଢ଼ୀ, ଡ଼ା ଲକ୍ଷ୍ମୀ କାନ୍ତ ମିଶ୍ର, ଦୁର୍ଗା ପ୍ରସାଦ ପାଢ଼ୀ, ପ୍ରଦୋଷ ରଥ, ପ୍ରବୀଣ ଦାସ, ଶିବରାମ ପାତ୍ର, ଆଶିଷ କୁମାର ଚୌଧୁରୀ, ଜେ.ଗୋପୀ, ସତ୍ୟ ନାରାୟଣ ମହାନ୍ତି, ମହେଶ ଚୌଧୁରୀ , ପ୍ରଫୁଲ୍ଲ ପାଣିଗ୍ରାହି,ଯଶବୀର ସିଂହ, ସଚ୍ଚିଦାନନ୍ଦ ଦାସ,ନବିନ ହୋତା, କାହୁଁ ଚରଣ ରଥ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ହେମନ୍ତ ପାଳ ଓ ଆପା ରାଓ ଙ୍କ ସମେତ ବହୁ ଛାତ୍ର ଉପସ୍ଥିତ ଥିଲେ । ଆଗାମୀ ଦିନରେ ପୁରାତନ ଛାତ୍ର ସଂଘ ତରଫରୁ ବିଭିନ୍ନ ସେବା ମୂଳକ କାଯ୍ୟକ୍ରମ ହାତକୁ ନିଆଯିବ ବୋଲି ଏଠାରେ ନିଷ୍ପତି ନିଆଯାଇଥିଲା । ସଙ୍ଘ ର ପଞ୍ଜୀକରଣ ନେଇ ମଧ୍ୟ ନିଷ୍ପତି ହୋଇଥିଲା । ସମ୍ବର୍ଦ୍ଧିତ ଗୁରୁ ମାନେ ଏପରି କାଯ୍ୟକ୍ରମ ଲାଗି ପୁରାତନ ଛାତ୍ର ମାନଙ୍କୁ କୃତଜ୍ଞତା ଜଣାଇବା ସହ ସେ ସମୟ ର ଶିକ୍ଷା ବ୍ୟବସ୍ଥା ନେଇ ଆଲୋକପାତ କରିଥିଲେ ।
ସରକାରୀ କୁଇନ ମିଶନ ହାଇ ସ୍କୁଲ ୧୯୮୬ ମସିହା ମ୍ୟାଟ୍ରିକ ଛାତ୍ର ଙ୍କ ବନ୍ଧୁ ମିଳନ,ଗୁରୁଙ୍କୁ ସମ୍ବର୍ଦ୍ଧନା





