ବ୍ରହ୍ମପୁର ଠାରେ ଛିଦ୍ରମୟ ଅସ୍ଥି(ଓଷ୍ଟିଓପୋରୋସିସ) ସ୍ବାସ୍ଥ୍ୟ ପରୀକ୍ଷା ଶିବିର

Pradeep Kar

ବ୍ରହ୍ମପୁର, ତା ୩୧-୦୫-୨୦୨୬ ରିଖ, ରବିବାର ଦିନ, ପଦ୍ମଶ୍ରୀ (ଡା.) କୃଷ୍ଣ ମୋହନ ପାଠୀଙ୍କ ଲିଙ୍ଗରାଜ ନଗର ସ୍ଥିତ ବାସଭବନ ଠାରେ ଅସ୍ଥି ସ୍ବାସ୍ଥ୍ୟ ଏବଂ ଅନ୍ଯାନ୍ଯ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଛିଦ୍ରମୟ ଅସ୍ଥି ସ୍ବାସ୍ଥ୍ୟ (ଓଷ୍ଟିଓପୋରୋସିସ) ପରୀକ୍ଷା ତଥା ଇଉରିକ୍ ଏସିଡ, ସ୍ନାୟୁ ଦୌର୍ବଲ୍ୟତା ଇତ୍ୟାଦି ପରୀକ୍ଷା କରାଯିବା ସହିତ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଉପଲବ୍ଧ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଶ୍ରୀଯୁକ୍ତ ସରୋଜ ସାବତ ସ୍ବାସ୍ଥ୍ୟ ଶିବିରର ଶୁଭ-ଉଦଘାଟନ କରିଥିଲେ ଓ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ବିଶିଷ୍ଟ ସମାଜସେବୀ ତଥା ରାଜନେତା ଡାକ୍ତର ଆର.ସି ଚ୍ୟାଉ ପଚ୍ଚନାୟକ, ବିଶିଷ୍ଟ ପରିବେଶବିତ, ସମାଜସେବୀ ଓ ରାଜନେତା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମହାରଣା ବି ଏହି ସ୍ବାସ୍ଥ୍ୟ ଶିବିରରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ପଦ୍ମଶ୍ରୀ (ଡା.) କୃଷ୍ଣ ମୋହନ ପାଠୀଙ୍କ ସୁପୁତ୍ର ସମାଜସେବୀ (ଇଂ). ବିଭୂ ପ୍ରସାଦ ପାଠୀ ଏହି ସ୍ବାସ୍ଥ୍ୟ ଶିବିରର ସମସ୍ତ ପରିଚାଳନା ଦାୟିତ୍ବ ନିର୍ବାହ କରିଥିଲେ । ବ୍ରହ୍ମପୁର ତଥା ଅନ୍ଯାନ୍ଯ ଅଞ୍ଚଳର ଅନେକ ବ୍ୟକ୍ତି ସେମାନଙ୍କ ପରିବାରର ସଦସ୍ଯଙ୍କ ସହ ଏହି ଶିବିରରେ ଯୋଗଦାନ କରି ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ, ଏବଂ ଡ. ପାଠୀଙ୍କ ଠାରୁ ଡାକ୍ତରୀ ପରାମର୍ଶ ନେଇଥିଲେ । ଅନେକ ଔଷଧ ଓ ଡାଇଗ୍ନୋଷ୍ଟିକ ସଂସ୍ଥା ଏହି ଶିବିରରେ ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷାର ସୁବିଧା ଯୋଗାଇଦେଇଥିଲେ । ଆଇନଜୀବୀ (ଇଂ.) ବିଜୟ ଚନ୍ଦ୍ର ମିଶ୍ର, ଆଇନଜୀବୀ ଶ୍ରୀ ରମେଶ ଚନ୍ଦ୍ର ପାଣିଗ୍ରାହୀ, ଆଇନଜୀବୀ ଶ୍ରୀ ମନୋଜ କୁମାର ପାଣିଗ୍ରାହୀ, ଶ୍ରୀଯୁକ୍ତ ଏ. ରାଜା ରାଓ, ଶ୍ରୀଯୁକ୍ତ କୃଷ୍ଣ ସାହୁ ପ୍ରମୁଖ ଏହି ସ୍ବାସ୍ଥ୍ୟ ଶିବିରର ପରିଚାଳନାରେ ସହଯୋଗ କରି ଏହି ସ୍ବାସ୍ଥ୍ୟ ଶିବିରକୁ ସଫଳ କରାଇଥିଲେ ।

Also Read

Tags