ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Pradeep Kar

ଛତ୍ରପୁର, ତା 31/05/2026 ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଅଧୀନରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ରେଡିଓ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପାତ୍ର ଏବଂ ଭଞ୍ଜନଗର ସୂଚନା କେନ୍ଦ୍ର ଓ ପାଠାଗାରର ଗ୍ରନ୍ଥାଗାରିକ ପ୍ରଦୀପ କୁମାର ପାତ୍ର ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଛତ୍ରପୁରସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଗୀତା, ଛତା ଓ ଉତ୍ତରୀୟଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଉଭୟଙ୍କର କର୍ତ୍ତବ୍ୟପରାୟଣତା, ସାଧୁତା ଓ ସହୃଦୟତା ଗୁଣର ଉଚ୍ଚ ପ୍ରଶଂସା କରିବା ପୂର୍ବକ ଉଭୟଙ୍କ ସହିତ ବିତାଇଥିବା ପୁରୁଣା ଦିନ ଗୁଡିକର ସ୍ମୃତି ଚାରଣ କରିଥିଲେ। ଏହାସହିତ ଉଭୟଙ୍କର ଅବସରକାଳୀନ ସୁଖ, ଶାନ୍ତି ଓ ନିରାମୟ ଜୀବନ କାମନା କରିଥିଲେ। ଅବସର ଗ୍ରହଣ କରିଥିବା ଉଭୟ କର୍ମଚାରୀ ତାଙ୍କର ଦୀର୍ଘ ଚାକିରୀ ଜୀବନର ଅଭିଜ୍ଞତା ବଖାଣିବା ସହିତ ନିଷ୍ଠା ଓ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେଇ ବିଭାଗର ସୁନାମକୁ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ। ଅଳ୍ପ ଦିନପରେ ଅବସର ଗ୍ରହଣ କରୁଥିବା ଦିଗପହଣ୍ଡି କାର୍ଯ୍ୟାଳୟର ରାତ୍ର ଜଗୁଆଳ କମଳ ଲୋଚନ ଦଳବେହେରାଙ୍କୁ ମଧ୍ୟ ଏ ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ନାୟକଙ୍କ ସମେତ ଶ୍ୟାମଘନ ପାତ୍ର, ଜଗନ୍ନାଥ ବେହେରା, ରୂପଶ୍ରୀ କବି, ରଜାକ ହୁସେନ, ରାମ ଆଚେରୀ, ପଦ୍ମଚରଣ ନାୟକ, ତାରିଣୀ ସାହୁ, ଭାଗ୍ୟଲକ୍ଷ୍ମୀ ପାତ୍ର, ମମତା ମହାନ୍ତି, ରବୀନ୍ଦ୍ର ସାହୁ, ଏସ ବଳରାମ ରେଡ୍ଡୀ, ତୁଷାର ବେହେରା ପ୍ରମୁଖ ଆଜିର ସଭାରେ ଯୋଗ ଦେଇଥିଲେ।

Also Read

Tags