ଏଟିଏମ୍ ରୁ ୧୦ ,୦୦୦ନେଇଗଲେ ଦୃବୁତ୍

Pradeep Kar

ବ୍ରହ୍ମପୁର, : ସୁବାରାଓ ଛକ ଠାରୁ ଉତ୍କଳ ଆଶ୍ରମ ରାସ୍ତା ପାଶ୍ୱର୍ରେ ଥିବା ଏକ ଏଟିଏମ୍ କାଉଣ୍ଟର ରୁ ଅତି ଚତୁରତାର ସହ ଜଣେ ଦୃବୁତ 10.000 ଟଙ୍କା ଉଠାଇ ନେଇଗଲା, ବୈଦ୍ୟନାଥ ପୁର ଥାନା ରେ ହୋଇଛି ଅଭିଯୋଗ, ସୂଚନା ଅନୁଯାଇ ଜୟଶ୍ରୀ ନାୟକ ନାମ୍ନୀ ଜଣେ ମହିଳା,ନିଜ ଷ୍ଟେଟ ବ୍ୟାଙ୍କ ଏଟିଏମ୍ କାର୍ଡ ଧରି ଟଙ୍କା ଉଠାଇ ବାକୁ ଯାଇଥିବା ବେଳେ, କାର୍ଡ ଟି ବାହାରି ନଥିଲା। ତାପରେ ନିକଟରେ କାନ୍ଥ ରେ ନମ୍ବର ସହ ଯୋଗ ଯୋଗ କରିବାକୁ କୁହାଯାଇଥିଲା , ଉକ୍ତ ନମ୍ୱର୍ ରେ କଥା ହେବାରୁ ମହିଳା ଜଣକୁ ଚାଲି ଯିବାକୁ କୁହାଯାଇଥିଲା, ନମ୍ୱର୍ ରେ କୁହାଯାଇଥିଲା ଯେ , ସିସିଟିଭି।ଅଛି ଯାଆନ୍ତୁ, ପରେ।ନେବେ,କିଛି ଅସୁବିଧା ନାହିଁ, ମହିଳା ଜଣକ ନିଜ କାର୍ଯ୍ୟରେ ଯାଇକି ଆସିବା ବେଳେ କେହି ଜଣେ ଅନ୍ୟ ଏକ ଏଟିଏମ୍ ରୁ ଟଙ୍କା କାଢି ଦେଇଥିବା ମେସେଜ ଆସୁଥିଲା, ତାପରେ ଉକ୍ତ ନମ୍ୱର୍ ରେ ଯୋଗାଯୋଗ କରିବାରୁ ଆଉ ଉଠେଇ ନଥିଲା, ତାପରେ ଥାନା ରେ ଲିଖିତ ଅଭିଯୋଗ କରାଯାଇଛି, ଏମିତି ଠକେଇ ପୂର୍ବରୁ ହୋଇଥିବା ପୋଲିସ ସୂଚନା ଦେଇଛି,ଅତିଶୀଘ୍ର ସିସିଟିଭି ଯାଞ୍ଚ କରାଯାଇ ଦୃବୁତ୍ କୁ ଧରାଯିବ ବୋଲି ପୋଲିସ କହିଛି, ଏ ସଂକ୍ରାନ୍ତରେ ଜନସାଧାରଣ ସଚେତନ ରହିବା ଜରୁରୀ,ଏପରି ଟଙ୍କା ଲୁଟ୍ କାମରେ ଏକ ରାକେଟ୍ କାମ କରୁଥିବା ଅଭିଯୋଗ ହୋଇଛି

Also Read

Tags