କେବିବିଏସ ପୂଜା କମିଟି ପକ୍ଷରୁ ଚାଲିଥିବା ପଣା ବଣ୍ଟନ କାର୍ଯ୍ୟକ୍ରମ ଉଦଯାପିତ

Pradeep Kar

ବ୍ରହ୍ମପୁର :- ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେ. ବି. ବି. ଏସ ପୂଜା କମିଟି ପକ୍ଷରୁ ଚାଲିଥିବା ପଣା ବଣ୍ଟନ କାର୍ଯ୍ୟକ୍ରମ ରଜ ସଂକ୍ରାନ୍ତି ରେ ଉଦଯାପିତ ହୋଇଯାଇଛି!! ଗତ ମେରୁ ସଂକ୍ରାନ୍ତି ଠାରୁ ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ 63ଦିନ ଧରି କୋର୍ଟପେଟା ଛକ ଠାରେ ନାନାଧି ପ୍ରକାର ଯଥା ନବାତ, ଛେନା, ତରଭୁଜ, ରସାବଳି, ଅଙ୍ଗୁର ଜୁସ, ଲସି, ଚଲ୍ଲା, ଆଦି ବିଭିନ୍ନ ପ୍ରକାର ପଣା ବଣ୍ଟନ କରାଯାଇଥିଲା, ତେବେ ଉଦଯାପନୀ ଦିବସରେ କେ. ବି. ବି. ଏସ ପୂଜା କମିଟି ତରଫରୁ ଚାଲିଥିବା ପଣା ବଣ୍ଟନ କାର୍ଯ୍ୟକ୍ରମରେ ଅତିଥିଭାବେ ବରିଷ୍ଠ ସମାଜସେବି ରାମ କୁମାର ପାତ୍ର, ଶିବ ପ୍ରସାଦ ଦାଶ, ପି ବେଣୁ, ବରିଷ୍ଠ ସାମ୍ବାଦିକ ଲଷ୍ମୀ ବେଜ, କୁନି ସୁବୁଦ୍ଧି ଯୋଗ ଦେବାସହ କେ.ବି. ବି. ଏସ ର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଏଠାରେ ସମ୍ଭର୍ଦ୍ଧିତ କରିଥିଲେ, ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେ.ବି. ବି.ଏସ ପୂଜା କମିଟିର ସଭାପତି ଦୀନେଶ ଦୋରା,ଅଶ୍ୱିନୀ ଦାଶ, ଶ୍ରୀକାନ୍ତ ମହାନ୍ତି, ଆଶିଷ ସାହୁ, ପ୍ରଶାନ୍ତ ପାତ୍ର, ଅଜିତ ମହାପାତ୍ର, ଜଗା ପାତ୍ର, ପିଙ୍କୁ ମହାରଣା, ପପିନା ପାତ୍ର, ରାମୁ ରେଡି, ନାଗେଶ୍ୱର ରାଓ, ସିମାଞ୍ଚଳ ପଣ୍ଡା, ଅଖିଳ ସାହୁ,ପ୍ରତାପ ଚନ୍ଦ୍ର ରଥ, ଚିତ୍ତ ରଞ୍ଜନ ମିଶ୍ର, ବୁଟୁ ଦାଶ, ମାଧବ ବେହେରା, ଶ୍ରୀଧର ସାହୁ, ସୁଶୀଲ ଦାଶ, ଟିଟୁ ମହାନ୍ତି, ରମେଶ କୁମାର,ଶାନ୍ତି ସ୍ପୋର୍ଟ୍ସ,ଵାପିନି ପଣ୍ଡା ଙ୍କ ସମେତ କେବିବିଏସ ପୂଜା କମିଟିର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ପଣା ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

Also Read

Tags