ଅର୍ଣବ ଯୋଗୁ ଗଞ୍ଜାମ ଗଜପତି ଆଉ କନ୍ଧମାଳରେ ଏହାର ପ୍ରଭାବ ପଡିଛି : ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ଚାଲିଛି କ୍ଷୟକ୍ଷତି ଆକଳନ ଆସନ୍ତା ଦୁଇଦିନ ମଧ୍ୟରେ ପୂର୍ବବସ୍ଥା ଫେରି ଆସିବ। ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ଏହି ସବୁ କ୍ଷତିପୂରଣ ଲାଗୁ କରାଯିବ। କ୍ଷତି ହୋଇଥିବା ଲୋକଙ୍କୁ ମିଳିବ ସହାୟତା I ସମସ୍ତ ପ୍ରଭାବିତ ପରିବାରକୁ ୫୦ କିଲୋ ଚାଉଳ ସହ ୨୫୦୦ ତାଙ୍କ ଦିଆଯିବ I ହାନି ସହିଥିବା ଚାଷୀଙ୍କୁ ୨ ହେକ୍ଟର ପିଛା କ୍ଷତିପୂରଣ ଦିଆଯିବ I ଅନ୍ୟ ଗୋଟେ ଲଘୁଚାପ ମୋରସୁ ଯୋଗୁ ରାଜ୍ୟରେ ବର୍ଷା ହେବଗୃହ ନିର୍ମାଣ କ୍ଷେତ୍ରରେ ସମ୍ପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ ଭାବେ ସମତଳ ଅଞ୍ଚଳ ରେ ୧ ଲକ୍ଷ୍ୟ ୨୦ ହଜାର ଟଙ୍କା ଆଉ ପାହାଡ଼ିଆ ଅଞ୍ଚଳରେ ୧ ଲକ୍ଷ୍ୟ ୩୦ ହଜାର ଟଙ୍କା ପ୍ରଦାନ କରାଯିବ ଗୁହାଳ ଘର ପାଇଁ ୩ ହଜାର ଟଙ୍କା ସହାୟତା ମିଳିବ I ଦୁଇଦିନ ପାଇଁ ବନ୍ୟା ଜଳରେ ଫସିଥିବା ପରିବାରର ପୋଷାକ ପାଇଁ ୨୫୦୦, ବାସନ ପାଇଁ ୨୫୦୦ ଟଙ୍କା ପ୍ରଦାନ କରାଯିବ I MSME କ୍ଷେତ୍ରରେ ଦୋକାନୀ ଓ ଉଠାଦୋକାନୀ ଙ୍କୁ ମିଳିବ ସହାୟତାପ୍ରଭାବିତ ଅସ୍ଥାୟୀ ଦୋକାନୀ ୬୦୦ ହଜାର, ବଡ଼ ଦୋକାନ ପାଇଁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ବ୍ୟବସାୟ ପୁନଃଉଦ୍ଧାର ପାଇଁ ପ୍ରତିଷ୍ଠାନ ପିଛା ୧୨ ଲକ୍ଷ୍ୟ ଟଙ୍କା ଋଣ ପ୍ରଦାନ କରାଯିବ I ପ୍ରତି ପ୍ରତିଷ୍ଠାନ ପାଇଁ ମିଳିବ ଗୋଟେ ସବ୍ସିଡି ଯୁକ୍ତ ଋଣ। ଦୁଗ୍ଧ ଚାଷୀଙ୍କ ପାଇଁ ୫୦୦ କିଲୋ ପର୍ଯ୍ୟନ୍ତ ମିଳିବ ଗୋଖାଦ୍ୟମତ୍ସ୍ୟ ଚାଷ ପାଇଁ ହେକ୍ଟର କିଛି ୧ ଲକ୍ଷ୍ୟ ୧୨ ହଜାର ୫୦୦ ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ସମୁଦ୍ର ଓ ଚିଲିକାରେ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପିଛା ୫୦୦୦ ତାଙ୍କର ମିଳିବ କ୍ଷତିପୂରଣ I ବାତ୍ୟା ଦ୍ୱାରା ପ୍ରଭାବିତ ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫ ହଜାର ଟଙ୍କାର ସିଡ ମନି ଦିଆଯିବ I




