ଜଗଦଳପୁର ରେ ମାଁ କାଳୁଆ ଙ୍କ ଯାତ୍ରା ୩ଦିନ ବ୍ୟାପୀ ଯାତ୍ରା ଆରମ୍ଭ

Pradeep Kar

ବ୍ରହ୍ମପୁର : ପ୍ରତିବର୍ଷ ଭଳି ଚଳିତ ରଜରେ ଜଗଦଳପୁର ଗ୍ରାମ ଅଧିଷ୍ଠାତ୍ରୀ ଦେବୀ ମାଁ କାଳୁଆ ଙ୍କ ଯାତ୍ରା ଆରମ୍ଭ ହୋଇଛି । ସୋମବାର ଦିନ ମାଁ ମନ୍ଦିର ପରିସରରେ ହୋମଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାତିରେ ମାଁ କାଳୁଆ ଏକ ବିରାଟ ପଟୁଆରରେ ନଗର ଭ୍ରମଣରେ ବାହାରି ବିଭିନ୍ନ ସାହି ପରିକ୍ରମା କରିଥିଲେ। ଏହି ଅବସରରେ ଦିଗପହଣ୍ଡି ବିଧାୟକ ଡ଼ା. ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ମାଁ ଙ୍କୁ ଦର୍ଶନ କରିଥିଲେ । ସ୍ଥାନୀୟ ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ,ସମିତିସଭ୍ୟ ବି.ରବୀନ୍ଦ୍ରନାଥ ପାତ୍ର,ପୂର୍ବତନ ସରପଞ୍ଚ ଏଲ୍.ପୁରୁଷୋତ୍ତମ ପାତ୍ର,ସମାଜସେବୀ ପଞ୍ଚାନନ ସାହୁ,ରାଧାମୋହନ ପାତ୍ର ଙ୍କ ସମେତ ଗ୍ରାମର ମାଁ କାଳୁଆ ମନ୍ଦିର ପରିଚାଳନା କମିଟି ଏବଂ ଗ୍ରାମବାସୀ ଯାତ୍ରାରେ ସହଯୋଗ କରିଥିଲେ । ଯାତ୍ରାକୁ ଶାନ୍ତିଶୃଙ୍ଖଳା ର ସହିତ ଶେଷ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଯାତ୍ରା ପାଇଁ ଗ୍ରାମରେ ମୀନାବଜାର ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା ।

Also Read

Tags