ଦୁଇ ବସ୍ ମୁହାଁମୁହିଁ ଧକ୍କା, ଏକାଧିକ ଆହତ

Pradeep Kar

ଶିଆଳିଲଟି ପଞ୍ଚାୟତର ମେଣ୍ଟିଆମ୍ବ ନିକଟରେ ଗିରିଧାରୀ ବସ୍ ଏବଂ ବାଳକୁମାରୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବହୁ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ବସ୍ ଦ୍ରୁତ ଗତିରେ ଆସୁଥିବା ବେଳେ ମେଣ୍ଟିଆମ୍ବ ନିକଟରେ ଭାରସାମ୍ୟ ହରାଇ ପରସ୍ପରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ନିକଟସ୍ଥ ଚନ୍ଦ୍ରଗିରି ଏବଂ ରା. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Also Read

Tags