ମାନବ ଜାତିର ସର୍ବଶ୍ରେଷ୍ଠ ଦୌଡ଼ ଭାବରେ ପରିଚିତ ହେଲେ ଡକ୍ଟର ମନୋରଞ୍ଜନ ନାୟକ

Pradeep Kar

ଐତିହାସିକ କ୍ଷଣ ୯୯ତମ (ଡରବାନ, ଦକ୍ଷିଣ ଆଫ୍ରିକା) ୧୪- ଜୁନ୍ ଡରବାନ ଠାରୁ ପିଟରମାରଟିଜ୍ ବର୍ଗ ପର୍ଯନ୍ତ ୮୬.୭୭ କିଲୋମିଟର ର ଦୌଡ଼, ଯାହା ସମୁଦ୍ର ପତ୍ତନ ଠାରୁ ୧୭୪୨ ମିଟର ଉଚ୍ଚ ରେ ପାଞ୍ଚ ଟି ବଡ ଓ ସୁଉଚ୍ଚ ପର୍ବତ ଶୃଙ୍ଖଳା ଦେଇ ଗତି କରିଥାଏ। ଏହି ଦୌଡ଼ ମାନବ ଜାତିର ସର୍ବଶ୍ରେଷ୍ଠ ଦୌଡ଼ ଭାବର ରେ ପରିଚିତ।ମାନବ ଜାତିର ସର୍ବଶ୍ରେଷ୍ଠ ଦୌଡ଼ ଭାବରେ ପରିଚିତ ଏହି ଦୌଡ଼ କୁ ଡକ୍ଟର ମନୋରଞ୍ଜନ ନାୟକ ବୟସ 57 ବର୍ଷ, ସଫଳତା ର ସହିତ ପୁରା କରିଛନ୍ତି। ଡକ୍ଟର ମନୋରଞ୍ଜନ ଓଡ଼ିଶାର ବ୍ରହ୍ମପୁର ସହର ନିକଟବର୍ତ୍ତୀ ଭୂତସରସିଙ୍ଗି ଗ୍ରାମର ସ୍ୱର୍ଗତ ଡକ୍ଟର ମାୟାଧର ନାୟକଙ୍କ ପୁତ୍ର। ସେ ବର୍ତ୍ତମାନ ହାଇଦ୍ରାବାଦ ଓମେଗା ହସ୍ପିଟାଲ ରେ ସର୍ଜିକଲ ଅଙ୍କୋଲୋଜିଷ୍ଟ କନ୍ସଲଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି।ଡକ୍ଟର ମନୋରଞ୍ଜନ ହେଉଛନ୍ତି ଓଡ଼ିଶା ର ଦ୍ୱିତୀୟ ବ୍ୟକ୍ତି ଯେକି ଏହି ଶ୍ରେଷ୍ଠତମ ଦୌଡ଼ କୁ ୧୧ ଘଣ୍ଟା ୫୬ ମିନଟ୍ ରେ ପୁରା କରିଛନ୍ତି । ସେ ଯାହା ହାସଲ କରିଛନ୍ତି, ତାହା ଦୃଢ଼ ଶୃଙ୍ଖଳା ଏବଂ ନିଷ୍ଠାର ଏକ ଅନନ୍ୟ ଉଦାହରଣ। ଡର୍ବାନ୍‌ର ପ୍ରାରମ୍ଭିକ ରେଖାରେ ପହଞ୍ଚିବା ପାଇଁ ବିଗତ ଛଅ ମାସ ଧରି ପ୍ରତିଦିନ ଭୋର ସମୟରେ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ତେବେ, ଯେତେବେଳେ ସେ ଏହି ଦୌଡ଼ର ସବୁଠାରୁ କଠିନ ପାହାଡ଼ିଆ ରାସ୍ତା ର ସାମ୍ନା କଲେ, ସେତେବେଳେ ତାଙ୍କର ଅସୀମ ସାହସ ହିଁ ତାଙ୍କୁ ଶେଷ ସୀମା ପର୍ଯ୍ୟନ୍ତ ନେଇଯାଇଥିଲା। କମାରେଡ ଅପ୍ ରନ୍ ଯାହାକି ବିଶ୍ୱର ସବୁଠାରୁ ପୁରୁଣା ଏବଂ ବୃହତ୍ତମ ଅଲ୍ଟ୍ରା-ମାରାଥନ। ଏହାର ୯୯ତମ ସଂସ୍କରଣ ସଫଳତାର ସହ ଶେଷ କରିବା ଏକ ଅବିସ୍ମରଣୀୟ ସଫଳତା, ଯାହା ଡକ୍ଟର ମନୋରଞ୍ଜନ ଙ୍କୁ ବିଶ୍ୱର ଶ୍ରେଷ୍ଠ ଆଥଲେଟ୍‌ମାନଙ୍କ ତାଲିକାରେ ସାମିଲ କରିଛି।

Also Read

Tags