ବ୍ରହ୍ମପୁର: ତା ୧୮.୦୬.୨୬ ରିଖ ଗୁରୁବାର ଦିନ କବି ସୂର୍ଯ୍ୟ ନଗର ବ୍ଲକ୍ ସ୍ଥିତ ବୋଲୋସର ଗ୍ରାମରେ ଥିବା ଶ୍ରୀ ଭୋଲେଶ୍ୱର୍ ମହାଦେବ ଙ୍କ ପୀଠରେ ସମାଜ ସେବୀ ଜଗନ୍ନାଥ ବଡେଇ ଓ ବିଷ୍ଣୁ ପ୍ରିୟା ବଡ଼େଇ ଙ୍କ ଅଧ୍ୟକ୍ଷତାରେ ଏକ ଦିବସୀୟ ସାଧନା ଦିବସ ପାଳିତ ହୋଇଥିଲା ପ୍ରାତ ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର, ବିଶ୍ବ ପ୍ରାର୍ଥନା, ପ୍ରଭୁ ପ୍ରାର୍ଥନା, ଗୁରୁ ପାଦ ପୂଜା, ଗୀତା ପାଠ, ସହ ଜମ୍ବୁ ପ୍ରଧାନ ଙ୍କ ଆତ୍ମାର କଲ୍ୟାଣ ନିମନ୍ତେ ଶାନ୍ତି ମନ୍ତ୍ର ପାଠ ପଢା ଜାଇ ଥିଲା,। ଏହି କାର୍ଯ୍ୟକ୍ରମରେ ସ୍ବାମୀ ରାମଦାସା ନନ୍ଦ ସରସ୍ବତୀ, ସ୍ୱାମୀ ହରି ଶରଣl ନନ୍ଦ ସରସ୍ବତୀ, ସ୍ୱାମୀ ଓମା ନନ୍ଦ ସରସ୍ବତୀ, ସ୍ୱାମୀ ରାମ ଚରଣl ନନ୍ଦ ସରସ୍ବତୀ, ଅଶୋକ ବାବା, ସ୍ୱାମୀ ଯୋଗାନନ୍ଦ ସରସ୍ବତୀ , ଏବଂ ସୁଶାନ୍ତ ସାହୁ ଯୋଗ ଦେଇ ଆଶିର୍ବଚନ ଦେଇଥିଲେ , ପ୍ରଭାକର ଜେନା, ସୁଚିତ୍ରା ବଡ଼େଇ, ବୈଷ୍ଣ ଦେବୀ, ନାରାୟଣ ବାଡତିୟା, ସହୋଯୋଗ କରି ଥିଲେ, ସେହିପରି ଗ୍ରାମବାସି ଓ ଗୁରୁ ଭାଇ ଭଉଣୀ ମାନେ ଉପସ୍ଥିତ ରହି କାର୍ଯ୍ଯ କ୍ରମ କୁ ସଫଳ କରିଥିଲେ ପରି ଶେଷରେ ବିଷ୍ଣୁ ପ୍ରିୟା ବଡ଼େଇ ସନ୍ନ୍ୟାସୀ ମାନଙ୍କୁ ସମ୍ମାନିତ କରିଥିଲେ।
ଦିବ୍ୟ ଜୀବନ ସଙ୍ଗ ଦ୍ୱାରା ଏକ ଦିବସୀୟ ସାଧନା ଦିବସ ପାଳିତ





