ଗଞ୍ଜାମ :- ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମ ଅଙ୍ଗନୱାଡି କେନ୍ଦ୍ରଠାରେ ଶନିବାର ‘କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ,ଋତୁଶ୍ରାବ, ସ୍ୱଚ୍ଛତା,ଶିଶୁ ସୁରକ୍ଷା,ଆଇନ ସଚେତନତା’ ଆଦି ବିଷୟ ଉପରେ ଏକ ସଚେତନତା ସଭା ଆୟୋଜନ ହୋଇଥିଲା l କିଶୋରୀ ବାଳିକାଙ୍କ ଅଧିକାର କ’ଣ,ମାସିକ ଋତୁଶ୍ରାବ ସମୟରେ କେମିତି ସ୍ୱଚ୍ଛ ରହିବା,ମହିଳା ଓ ଶିଶୁଙ୍କ ସୁରକ୍ଷା ସହ ବିକାଶ ପାଇଁ କ’ଣ କରିବା, ଗୁଡ଼ ଟଚ-ବେଡ଼ ଟଚ କ’ଣ,ବାଲ୍ୟ ବିବାହ କୁ କିପରି ରୋକିବା, ମୁକ୍ତ ବାଲ୍ୟ ବିବାହ ଭାରତ ଗଠନ କେମିତି କରିପାରିବା,ମାଗଣା ଆଇନ କ’ଣ-ଏହାର କିପରି ଉପଯୋଗ କରିପାରିବା ଆଦି ସବିଶେଷ ବିଷୟ ଉପରେ ଏହି ସଚେତନତା ସଭା ଆୟୋଜନ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସିଡବ୍ଲୁସି ସଦସ୍ୟା ଶ୍ରୀମତୀ ଲେନାଚାନ୍ଦ,ସେବା ସମ୍ପାଦିକା ଶ୍ରୀମତୀ ଅଳକା ସାହୁ,ଆରବିଏସକେ ମେଡିକାଲ ଅଫିସର ଡ଼ା ରବୀନ୍ଦ୍ର ସେଠି ,ଜିଲ୍ଲା ମହିଳା ହବ ସଦସ୍ୟା ଶ୍ରୀମତୀ ବବିତା ମହାରଣା,ସ୍ବେଛାସେବୀ ଜ୍ୟୋସ୍ନା କୁମାରୀ ସାହୁ,ପୁରୁଣାବନ୍ଧ ଗ୍ରାମର ଅଙ୍ଗନୱାଡି କର୍ମୀ,ସିଆରପି ସଦସ୍ୟା,ଆଶା କର୍ମୀ,ଏନଏଫଆଇ ର ସ୍ବେଛାସେବୀ ଏନ ଗଣେଶ, ପି ନରସୀମା,ଅଙ୍କିତା ସାହୁ ,କିଶୋରୀ ବାଳିକା, ସ୍ଥାନୀୟ ମହିଳା ପ୍ରମୁଖ ଉପସ୍ଥିତ ରହିଥିଲେ l
ଗଞ୍ଜାମ ବ୍ଲକରେ କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା





