ଲାଂଜିପଲ୍ଲୀର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ବିଶ୍ବ ଯୋଗ ଦିବସ ପାଳିତ।

Pradeep Kar

ବ୍ରହ୍ମପୁର,ତା ୨୧-୬-୨୬।ସ୍ଥାନୀୟ ଲାଂଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ବିଶ୍ବ ଯୋଗ ଦିବସ ସଭାପତି ଶ୍ରୀ ବିଶ୍ବନାଥ ପାଢ଼ୀଙ୍କ ତତ୍ତ୍ବାବଧାନରେ ପୂର୍ବାହ୍ଣ ୬-୦୦ଘଣ୍ଟା ସମୟ ମଂଚ ପରିସରରେ ଅନୁଷ୍ଠିତ ହୋଈ ଯାଈଛି । ପ୍ରାରମ୍ଭରେ ଶ୍ରୀ ପାଢ଼ୀ ବିଶ୍ବ ଯୋଗ ଦିବସର ପ୍ରାରମ୍ଭ, ମହତ୍ତ୍ବ, ମନୁଷ୍ୟ ଜୀବନରେ ଯୋଗର ଆବଶ୍ୟକତା ଓ ଉପକାରିତା ଉପରେ ଆଲୋକପାତ କରିଥିଲେ ।ଏହାପର ଯୋଗଗୁରୁ ଶ୍ରୀ ବିଭୂତି ଭୂଷଣ ବେହେରା ମଂଚ ପରିଚାଳନା ଦାୟୀତ୍ବ ନେଈ ଯୋଗ ସାଧକ ଶ୍ରୀ ପ୍ରମୋଦ କୁମାର ମିଶ୍ରଙ୍କ ଦ୍ବାରା ବରିଷ୍ଠ ନାଗରିକଙ୍କ ସୁସ୍ବାସ୍ଥ୍ୟ ରକ୍ଷା ପାଈଁ ଆବଶ୍ୟକ ବିଭିନ୍ନ ଯୋଗାସନମାନ ପ୍ରଦର୍ଶିତ କରାଇଥିଲେ ।ଉକ୍ତ କାର୍ଯ୍ଯକ୍ରମରେ ବ୍ୟାୟାମ ଗୁରୁ ଶ୍ରୀ ଶିବରାମ ପାଣିଗ୍ରହୀ, କାର୍ତ୍ତିକ ଚନ୍ଦ୍ର ବେହେରା, ରମେଶ ଚନ୍ଦ୍ର ମହାନ୍ତି, ଜଗନ୍ମାଥ ଦାସ, ଇଂ ବିନୋଦ କୁମାର ପାଣିଗ୍ରାହୀ, ଚିତ୍ତ ରଂଜନ ସାହୁ, ମୁରଲୀଧର ବେହେରା, ଲାବାଣ୍ୟ ବେହେରା, ରବୀନ୍ଦ୍ରନାଥ ସାହୁ,ଟି ସୁବାସ ଚନ୍ଦ୍ର ପାତ୍ର ସମେତ ପ୍ରାୟ ଅର୍ଦ୍ଧଶତାଧିକ ସଭ୍ୟ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସାଫଲ୍ୟ ମଣ୍ତିତ କରିଥିଲେ । ତତ୍ ପଶ୍ଚାତ୍ ମଂଚର ସଂପାଦକ ଶ୍ରୀ ଶାନ୍ତନୁ କୁମାର ମିଶ୍ର, ଦୟାନିଧି ପ୍ରଧାନ, ରମେଶ ଚନ୍ଦ୍ର ମହାନ୍ତି, ରାଧାକାନ୍ତ ସାମନ୍ତରାୟ, ଇଂ ବିନୋଦ କୁମାର ପାଣିଗ୍ରାହୀ, ଦୁଃଖୀଶ୍ୟାମ ସାହୁ, ଜଗନ୍ନାଥ ଦାସଙ୍କ ସମେତ ବିଂଶାଧିକ ସଦସ୍ୟ ବ୍ରହ୍ମପୁରର ମହାତ୍ମା ଗାନ୍ଧି ଷ୍ଟାଡିୟମ ଠାରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବ୍ରହ୍ମପୁର ଶାଖା ଏବଂ ବ୍ରହ୍ମପୁର ମହାନଗରର ମିଳିତ ଆନୁକୁଲ୍ଯରେ ଅୟୋଜିତ ହୋଇଥିବା ବିଶ୍ବ ଯୋଗ ଦିବସ କାର୍ଯ୍ଯକ୍ରମରେ ଯୋଗ ଦେଇ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

Also Read

Tags