ବ୍ରହ୍ମପୁର, : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଦିବସକୁ ବ୍ରହ୍ମପୁର ଡିଏଭି ସ୍କୁଲ ପରିସରରେ ପାଳନ କରାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଧାରାଶ୍ରୀ ପାଢୀ ଏହି ଅବସରରେ ଯୋଗ ଦେଇ ଏହି ଦିବସର ମହତ୍ୱ ଓ ଯୋଗ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ ସେନେଇ ଛାତ୍ର ଛାତ୍ରୀ , କର୍ମଚାରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅବଗତ କରାଇଥିଲେ। ପରେ ବିଦ୍ୟାଳୟର ଯୋଗ ଶିକ୍ଷୟତ୍ରୀ ଅଞ୍ଜଳୀଙ୍କ ଦ୍ୱାରା ବିଭିନ୍ନ ଯୋଗ କରାଯାଇଥିଲା। ଏହି ଯୋଗ ଶିବିରରେ ଦ୍ୱିତୀୟ ବାଟାଲିୟନ ଏନସିସି ଓ ଫାଷ୍ଟ ନଭାଲ ୟୁନିଟ ଏସିସିର କ୍ୟାଡେଟ୍ ମାନେ ଅଂଶ ଗ୍ରହଣ କରିଥିବା ବେଳେ ମାନସ ପଣ୍ଡା ଓ ଭିନସେଣ୍ଟ ଦାସ ପରିଚାଳନା କରିଥିଲେ । ଶେଷରେ ଯୋଗ ପାଇଁ ଶପଥ ପାଠ ହୋଇଥିଲା l
ବ୍ରହ୍ମପୁର ଡିଏଭି ସ୍କୁଲ ପରିସରରେ ଯୋଗ ଦିବସ ପାଳନ





