ଦ୍ରୁତ ଗତି ରେ ଆଗେଇ ଚାଲିଛି ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର

Pradeep Kar

ଗଙ୍ଗାପୁର, : ଦ୍ରୁତ ଗତି ରେ ଆଗେଇ ଚାଲିଛି ଗଙ୍ଗାପୁର ପଞ୍ଚାୟତ ଅନ୍ତର୍ଗତ ନରସିଂହଗଡ଼ ଗ୍ରାମରେ ଅବସ୍ଥିତ ଥିବା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ର ପୁନଃରୁଦ୍ଧାର କାମ। ଏଥିରେ ବ୍ଲକ ପ୍ରଶାସନର ସମ୍ପୂର୍ଣ୍ଣ ସହାୟତା ଓ ସହଯୋଗ ପାଇଁ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଅଞ୍ଚଳ ବାସୀ ଧନ୍ୟବାଦ ଜ୍ଞାପନ କରିଛନ୍ତି। ବିଗତ ଦୁଇ ବର୍ଷ ମଧ୍ୟରେ ଅଞ୍ଚଳ ର ପ୍ରସିଦ୍ଧ ଶୈବ ପୀଠ ଏବଂ ଅନ୍ୟାନ୍ନ ଧାର୍ମିକ ସ୍ଥଳ ର ଉନ୍ନତି କରଣ ଦିଗରେ ଆମ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅବଦାନ ସବୁବେଳେ ଆମ ସାନଖେମୁଣ୍ଡି ଅଞ୍ଚଳ ବାସୀ ସଦା ସର୍ବଦା ମନେ ରଖିବା ସହ କୃତଜ୍ଞତା ଜ୍ଞାପନ କରିବେ।

Also Read

Tags