ଖଲ୍ଲିକୋଟ୍ ନିକଟରେ ବାଇକ୍ ଓ ପିକପ୍ ମୁହାଁମୁହିଁ ଧକ୍କା

Pradeep Kar

ଖଲ୍ଲିକୋଟ ..ସନଘାଟି ନିକଟସ୍ଥ ବାହୁତୀ ଗ୍ରାମ ନିକଟରେ ଏକ କେ ଟି ଏମ୍ ବାଇକ୍ ରମ୍ଭା ରୁ ପୁରୁଷତ୍ତମ ଥାନା ଅନ୍ତର୍ଗତ ଝର ପଲ୍ଲୀ ଗ୍ରାମ କୁ ଫେରିବା ସମୟରେରଏକ ପିକ୍ ଅପ ଭେନ୍ କୁ ଧକା ଧକ୍କା ଦେଇ ଦୁର୍ଘଟଣା ର ଶିକାର ହୋଇଥିଲେ l ବାଇକ୍ ରେ ବସିଥିବା ଝରପଲ୍ଲୀ ଅଞ୍ଚଳ ର ଦୁଇ ଯୁବକ ହେଲେ ବିକାଶ ପ୍ରଧାନ ଓ ଜିତେନ୍ଦ୍ର ପ୍ରଧାନ ବୋଲି ଜଣାପଡ଼ିଛି ଉଭାୟଙ୍କୁଗୁରୁତର ଅବସ୍ଥାରେ ୧୦୮ ଯୋଗେ ଖଲ୍ଲିକୋଟ୍ ମେଡିକାଲରେ ଭର୍ତ୍ତି କରାଯାଇଛି l ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଓଭାୟଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ବ୍ରହ୍ମପୁର ସନତରିତ କରାଯାଇଛି l ଦୁର୍ଘଟଣାରେ ବିକାଶ ପ୍ରଧାନ ଙ୍କ ଡାହାଣ ଗୋଡଟି ସମ୍ପୂର୍ଣ୍ଣ ଭାବରେ କଟି ଯାଇଚି l ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ଓ ତହସିଲ ଅଫିସ ର ଅଧିକାରୀ ପହଞ୍ଚି ତଦନ୍ତ କରି ଦୁର୍ଘଟଣା ଘଟାଇଥିବା ପିକଅପ ଭେନ ଧରିବା ସହ କଟି ଯାଇଥିବା ଗୋଡ ଟିକୁ ଖୋଜି ବାହାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର କୁ ସ୍ଥାନାନ୍ତରଣ କରିଛନ୍ତି l

Also Read

Tags