ବ୍ରହ୍ମପୁର: ଚିକିଟି ବ୍ଲକ ଭୋଳାସିଙ୍ଗି ଗ୍ରାମରୁ ଉଦ୍ଧାର ନାଗ ସାପ ଅଣ୍ଡାରୁ ୮ ଛୁଆ ଜନ୍ମ ହୋଇଛି। ଗତ ୨୮ ତାରିଖରେ ଏହି ଅଣ୍ଡା ଗୁଡ଼ିକ ଉଦ୍ଧାର ହୋଇଥିଲା। ଦୀର୍ଘ ମାସେ ହେଲା ଏହା ବ୍ରହ୍ମପୁର ବନାଞ୍ଚଳ କାର୍ଯ୍ୟାଳୟରେ ଇନକୁବେସନରେ ରହିଥିଲା। ବୁଧବାର ଏଥିରୁ ଛୁଆ ଜନ୍ମ ହୋଇଥିବା ବେଳେ ଗୁରୁବାର ଏହାକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଛି। ସୂଚନା ମୁତାବକ, ଭୋଳାସିଙ୍ଗି ପ୍ରାଥମିକ ବିଦ୍ୟାଳୟ ଆଗରେ ଗ୍ରାମର କାଳିଆ ସାହୁ ନୂଆଁ ଘର ନିର୍ମାଣ କରୁଥିଲେ। ଘର ମଧ୍ୟରେ ଜମା କରି ରଖିଥିବା ଇଟାରେ ନାଗ ସାପଟି ଅଣ୍ଡା ଦେଇଥିଲା। ସାପ ଅଣ୍ଡାକୁ ଉଦ୍ଧାର ପାଇଁ କାଳିଆ ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ। ସଦସ୍ୟ ରାମ ଚନ୍ଦ୍ର ସାହୁ ପହଞ୍ଚି ଗୋଟିଏ ନାଗ ସାପ ଓ ୧୧ ଟି ଅଣ୍ଡା ଉଦ୍ଧାର କରିଥିଲେ। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ତତ୍ତ୍ୱାବଧାନରେ ଅଣ୍ଡା ଗୁଡ଼ିକ ଆସିକା ରୋଡ ସ୍ଥିତ ବ୍ରହ୍ମପୁର ବନାଞ୍ଚଳ କାର୍ଯ୍ୟାଳୟରେ ରଖା ଯାଇଥିଲା। ସ୍ନେକ ହେଲ୍ପ ଲାଇନ ସଂଯୋଜକ ସ୍ୱାଧୀନ କୁମାର ସାହୁ ଅଣ୍ଡାର ଇନକୁବେସନ ପଦ୍ଧତିକୁ ନିୟମିତ ନିରୀକ୍ଷଣ କରୁଥିଲେ।
୮ ଅଣ୍ଡାରୁ ନାଗ ସାପ ଛୁଆ ଜନ୍ମ





