କେ.ଏ.ଟି.ଏସ୍ ଆୟୁର୍ବେଦ କଲେଜ ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

Pradeep Kar

ବ୍ରହ୍ମପୁର ତା.25.06.ପ୍ରାତଃ ହରିହର ନଗର ସ୍ଥିତ ହରିହର ମନ୍ଦିର ଠାରେ କେ.ଏ.ଟି.ଏସ୍ ଆୟୁର୍ବେଦ କଲେଜ ଓ ଚିକିତ୍ସାଳୟ ସୌଜନ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଠାରେ ୩୦୦ ରୁ ଅଧିକ ରୋଗୀ ଉପସ୍ଥିତ ରହି ବିଭିନ୍ନ ରୋଗର ସଚେତନl ଓ ମାଗଣା ଚିକିତ୍ସା ପାଇଥିଲେ।ଚିକିତ୍ସା ସେବା ଯୋଗାଇବା ପାଇଁ ଡା. ନକୁଳ ସାହୁ, ଡା. ଚିନ୍ମୟ ଭବାନୀ ପ୍ରସାଦ,ଡା. ରୋହିତ କୁମାରଛତ୍ରିୟା,ଡା. ସୁବ୍ରତ କୁମାରଜୟସିଂହ,ଡା. ନିବେଦିତା ମହାପାତ୍ର,ଡା. ନିରୋଜ କୁମାର ମିର୍ଦ୍ଧାଡା. ରାଜେଶ କୁମାର ଧାରୁଆଡା. ରିକ୍ ସୁନ୍ଦର ନନ୍ଦଡା. ଶୁଭ୍ରଜିତ ମହାନ୍ତିଡା. ସୁଦନଲାଲଡା. ଅଦିତି ନାୟକ ଓ ଡା. ରସମାଞ୍ଜଲି ଉପସ୍ଥିତ ରହି ଚିକିତ୍ସା ସେବା ଯୋଗାଇ ଥିଲେ। ଗଣ୍ଠିବାତ, ସ୍ତ୍ରୀ ରୋଗ, ଅମ୍ଳପିତ୍ତ, ମଧୁମେହ, ରକ୍ତଚାପ, ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଶିବିର ପରିଚାଳନାରେ ସହଯୋଗ କରିଥିଲେ ବାଳକୃଷ୍ଣ ପାତ୍ର, ମନୋଜ କୁମାର ମହାପାତ୍ର, ଏବଂ ମନ୍ଦିର କର୍ମକର୍ତ୍ତା ମାନେ।

Also Read

Tags