ବେଢ଼-ଛେଲୁ ଗ୍ରାମରେ ଶ୍ରୀଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳି ତରଫରୁ ଏକ କଳାକାର ସମାବେଶ ଆୟୋଜନ

Pradeep Kar

ଖଲ୍ଲିକୋଟ, ତା. ୨୬/୦୬ : ଖଲିକୋଟ ପଞ୍ଚାୟତ ସମିତି ଅନ୍ତର୍ଗତ ବେଢ଼-ଛେଲୁ ଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳି ତରଫରୁ ଏକ କଳାକାର ସମାବେଶର ଆୟୋଜନ କରାଯାଇଥିଲା। ସୁନାମଧନ୍ୟ ଭାରତଲୀଳା କଳାକାର ଭାସ୍କର ଚନ୍ଦ୍ର ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୂଖ୍ୟ ଅତିଥି, ଖଲ୍ଲିକୋଟ ବ୍ଲକ କଳାକାର ସଂଘ ଉପସଭାପତି ଦିଗାମ୍ବର ମହାରଣା ବିଶିଷ୍ଟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ମହାସଂଘ କୋଷାଧ୍ୟକ୍ଷମହେନ୍ଦ୍ର କୁମାର ସାହୁ, ପ୍ରଥିତଯଶା ସଖିନାଟ ଗୁରୁ ସୁରେନ୍ଦ୍ର ପାଣି ଓ ବଳରାମ ଗୌଡ଼ ଯୋଗଦେଇ ବେଢ଼ ଅଂଚଳର ସାଂସ୍କୃତିକ ବିଭବର ସିଂହାଵଲୋକନ କରିବା ସହ ନାମ ସଂକୀର୍ତ୍ତନ କଳାକାରମାନେ ସମାଜର ଜଣେ ଜଣେ ମୋକ୍ଷ ପଥ ପ୍ରଦର୍ଶକ ହେତୁ ସେମାନେ ଅତୀବ ଧନ୍ୟଵାଦାର୍ହ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଏହି ଅବସରରେ ଶ୍ରୀଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀର ଉଭୟ ମହିଳା ଓ ପୁରୁଷ ବିଭାଗ ତରଫରୁ କଳା ପ୍ରଦର୍ଶନ କରାଯାଇଥିଲା। ସଭିଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ବିଜୟ ଦୋରା, କାଶୀନାଥ ପଲେଇ, ପ୍ରମୋଦ ଗୌଡ଼, ରଙ୍କନିଧି ଗୌଡ଼, ଜି. ରାଜାରାଓ ଦୋରା, ବୃନ୍ଦାବନ ପଲେଇ, ପ୍ରତିମା ପ୍ରଧାନ, କାଞ୍ଚନ ପ୍ରଧାନ, ମିନତୀ ଗୌଡ଼, ବିଷ୍ନୁପ୍ରିୟା ଗୌଡ଼, ବୁଲି ପଲେଇ ପ୍ରମୁଖ କଳାକାରମାନେ ସହଯୋଗ କରିଥିଲେ। ପରିଶେଷରେ ରତ୍ନାକର ବାବୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Also Read

Tags