କଳିଙ୍ଗ ସାହିତ୍ୟ ସମାଜର ଜୁଲାଇ ମାସର ସାହିତ୍ୟ ଆସର ରବିବାର ସନ୍ଧ୍ୟାରେ ଅନୁଷ୍ଠିତ

Pradeep Kar

ବ୍ରହ୍ମପୁର, 0୬l0୭ : ଦକ୍ଷିଣାଞ୍ଚଳର ସର୍ବପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜର ଜୁଲାଇ ମାସ ସାହିତ୍ୟ ଆସର ରବିବାର ସନ୍ଧ୍ୟାରେ ଉତ୍କଳ ଆଶ୍ରମ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟ ସମାଜର ଉପ-ସଭାପତି ଡକ୍ଟର୍ ବନମାଳୀ ପାଣିଗ୍ରାହୀ ଏହି ଆସରରେ ପୌରୋହିତ୍ୟ କରିବା ସଂଗେ ସଂଗେ ନବାଗତ ସ୍ରଷ୍ଟାମାନଙ୍କୁ ମାର୍ଗଦର୍ଶନ ଓ ଗୁଣାତ୍ମକ ସାହିତ୍ୟ ସୃଷ୍ଟି କଳିଙ୍ଗ ସାହିତ୍ୟ ସମାଜର ମୁଖ୍ୟ ଅଭିପ୍ରାୟ ବୋଲି କହିଥିଲେ l ଏହି ଆସରରେ ମଧ୍ୟକାଳୀନ କାବ୍ୟ ସାହିତ୍ୟ ଓ ସଂସ୍କୃତି ଗବେଷକ ଡ. ଲମ୍ବୋଦର ପାଣିଗ୍ରାହୀ ଓ ବର୍ଷୀୟାନ୍ ସ୍ତମ୍ଭକାର ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ୍) ସମ୍ମାନିତ ଅତିଥି ରୂପେ ଯୋଗଦେଇ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଭାବ ଓ ଭାଷା ସଂପର୍କରେ ଆଲୋକପାତ କରିଥିଲେ l ଆମନ୍ତ୍ରିତ କବି ଅନୁପ କୁମାର ମିଶ୍ର ‘ଆଧୁନିକ ଓଡ଼ିଆ କବିତାର କଥା ଓ ଲଥା’ ଶୀର୍ଷକ ପ୍ରସଙ୍ଗ ଉତ୍ଥାପନ ପୂର୍ବକ କବିତା ସର୍ଜନାର ସ୍ନିଗ୍ଧ ଲଳିତ ଅନୁଭବ ଓ ଭାଷିକ ପ୍ରୟୋଗ ବିଷୟରେ ତତ୍ତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ l କବୟିତ୍ରୀ ପଦ୍ମିନୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମାସିକ କବିତା ଆସରରେ ସ୍ବର୍ଣ୍ଣମୟୀ ପାଢ଼ୀ, ନୀଳକଣ୍ଠ ସାହୁ, ଶରତ କୁମାର ଦାସ, ସୁଚେତା ପାଣିଗ୍ରାହୀ, ହରେକୃଷ୍ଣ ପଣ୍ଡା, ଜ୍ୟୋତ୍ସାରାଣୀ ଦେବୀ, ଅରୁଣ କୁମାର ପାତ୍ର, ସଂଧ୍ୟାରାଣୀ ଦେବୀ, ବଂଶୀଧର ସେଠୀ, ନୂର୍ ସାହିକ୍, ଡ. ସୁବ୍ରତ କୁମାର ସାହୁ, ଡ. ହୃଷୀକେଶ ପଣ୍ଡା ପ୍ରମୁଖ ସ୍ୱରଚିତ କବିତା ଓ ଗଳ୍ପ ପାଠ କରିଥିଲେ l ସଭାପତି ଡ. ବନମାଳୀ ପାଣିଗ୍ରାହୀ ପଠିତ ଗଳ୍ପ ଓ କବିତାର ସମୀକ୍ଷା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l ଆସର ପରିଚାଳନାରେ ଦିନବନ୍ଧୁ ଶ୍ରୀପଲ୍ଲଵ ଓ ନଳିନୀ କାନ୍ତ ଗୌଡ଼ ସହଯୋଗ କରିଥିଲେ l

Also Read

Tags