ମାତ୍ର ୭ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବାଲିଆପାଳର ମହିଳା ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର

Pradeep Kar

ଜମି ବିକ୍ରି କବଲା ପଞ୍ଜୀକରଣ କରିବା ପାଇଁ ଲାଞ୍ଚ ନେବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଆପାଳ ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର। ଆଜି ନଭେମ୍ବର ୬ରେ ଜଣେ ଜମି କ୍ରେତାଙ୍କଠାରୁ ମାତ୍ର ୭ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ସୂଚନା ଅନୁଯାୟୀ, ୦.୧୪ ଡେସିମିଲ୍ ପରିମିତ ‘ବାଜ୍ୟାପ୍ତି ସ୍ଥିତିବାନ’ କିସମ ଜମିର ବିକ୍ରି କବଲା ପଞ୍ଜୀକରଣ କରିବା ପାଇଁ ଜମି କ୍ରେତା ଆବେଦନ କରିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମ ଅନୁଯାୟୀ ଏହି କିସମର ଜମିକୁ ସ୍ଥିତିବାନ ଭାବେ ବିବେଚନା କରାଯାଇ ପଞ୍ଜୀକରଣ କରାଯାଇପାରିବ। ଏନେଇ କ୍ରେତା ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସବ୍‌ରେଜିଷ୍ଟ୍ରାର ତାହାକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗ ହୋଇଛି। ଏହା ବଦଳରେ ସେ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ରାଶିକୁ ୭ହଜାର ଟଙ୍କାକୁ ହ୍ରାସ କରିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଆଜି ଚଢ଼ାଉ କରି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଧୂର୍ତ୍ତ ମନୀଷା ମିଶ୍ରଙ୍କୁ ଧରିଥିଲା.. ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଓ ଅଧିକ ତଦନ୍ତ ଜାରି ରହିଛି I

Also Read

Tags