କଳାହାଣ୍ଡି, ୦୭/୧୧ କଳାହାଣ୍ଡି ଜିଲ୍ଲା,କୋକସରା ଥାନା ଅଞ୍ଚଳରୁ ପୁଣି ଏକ ସନ୍ଦେହଜନକ ମୃତଦେହ ଠାବ I କେନାଲ୍ ଗେଟ୍ରୁ ମିଳିଲା ଯୁବକଙ୍କ ଝୁଲନ୍ତା ଶବ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ମିଳିଥିବା ସୂଚନା ମୁତାବକ,ମୃତ ଯୁବକ ଜଣକ ହେଲେ ମତୁଆଲଗୁଡା ଗ୍ରାମର ଯୁଗସନ କରୁଆଁଙ୍କ ପୁଅ ଭାରତ କରୁଆଁ । ଗତକାଲି ସନ୍ଧ୍ୟାରୁ ସେ ଘରୁ ବାହାରି ଆଉ ଫେରି ନଥିଲେ,ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ଥିବାରୁ ପରିବାର ଲୋକେ ପ୍ରଥମେ ତାଙ୍କୁ ଖୋଜାଖୋଜି କରିନଥିଲେ । ହେଲେ ଆଜି ସକାଳେ ମୋଟେର ଫାଣ୍ଡି ଅଧୀନ ଜଳତାମୁଣ୍ଡା ବାମ କେନାଲ୍ ଡିଭିଜନ ୩୨ ନମ୍ବର ଗେଟ୍ରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଏହି ଖବର ପାଇ ମୋଟେର ଫାଣ୍ଡି ଓ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି I ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପରିବାର ଲୋକେ ଦୃଢ଼ ଅଭିଯୋଗ କରିଛନ୍ତି । କେହି ଦୁର୍ବୁତ୍ତ ଯୁବକଙ୍କୁ ମାରିଦେଇ ବେକରେ ରଶି ଲଗାଇ ଆତ୍ମହତ୍ୟାର ରୂପ ଦେଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ,ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ବୋଲି ପରିବାର ଲୋକ ଦାବି କରିଛନ୍ତି I
ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ର ଜନତା ମୁଣ୍ଡା ନିକଟରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର,ହତ୍ୟା ଅଭିଯୋଗ





