ବନ୍ୟା ଦୁର୍ଗତ ଗଞ୍ଜାମ ଗଜପତି ଓ କନ୍ଧମାଳ ଵାସି ଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ

Pradeep Kar

ଭୁବନେଶ୍ୱର, 7 /11 26 ବନ୍ୟା ଦୁର୍ଗତ ଗଞ୍ଜାମ ଗଜପତି ଓ କନ୍ଧମାଳ ର ଲୋକ ମାନଙ୍କ ପ୍ରତି ସମବେଦନା ଜଣାଇ ଦୀପାବଳୀ ପାଳନ କରିବେ ନାହିଁ ବୋଲି ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଅର୍ଣ୍ଣବ ବାତ୍ୟା ଜନିତ ବନ୍ୟା ଯୋଗୁଁ ଗଞ୍ଜାମ ଓ ଗଜପତି ରେ ନାହିଁ ନ ଥିବା କ୍ଷତି ହୋଇଛି। ଲୋକ ମାନେ ଅକଥନୀୟ ଦୁଃଖ ରେ ଅଛନ୍ତି।କନ୍ଧମାଳ ରେ ଭୁସଖଳନ ଯୋଗୁଁ ମାଟି ତଳେ ଚାପି ହୋଇଥିବା ନିଖୋଜ ସବୁ ଲୋକ ଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ତେଣୁ ଲୋକଙ୍କ ଏ ଦୁଃଖ ସମୟ ରେ ଦୀପାବଳୀ ପାଳନ କରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ସୂଚନା ଯୋଗ୍ୟ ଯେ ଶ୍ରୀପଟ୍ଟନାୟକ ଏଵେ ଗଞ୍ଜାମ ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖୁଛନ୍ତି।

Also Read

Tags