ସ୍ୱର୍ଗତ ଶାନ୍ତିଲତା ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

Pradeep Kar

ରଙ୍ଗେଇଲୁଣ୍ଡା, ୬/୭: ରଙ୍ଗେଇଲୁଣ୍ଡା ବ୍ଲକ ଗୋପାଳପୁର – ମହାବୀର ନିବାସ, ଭିଆଇପି ରୋଡ୍, ଗୋପାଳପୁର ସ୍ଥିତ ବାସଭବନ ଠାରେ ସ୍ଵର୍ଗତ ଶାନ୍ତିଲତା ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ଏହି ସ୍କୃତି ଉଦ୍ଦେଶ୍ୟ ରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ପରିସ୍ଥିତି ରେ ରକ୍ତ ର ଘୋର ଅଭାବ ଦେଖାଯାଉଥିବା ବେଳେ ଅଭାବକୁ ଦୂର କରିବା ପାଇଁ ଏହା ଏକ ଅଭିନ୍ନ ପ୍ରୟାସ ଏବଂ ରକ୍ତ ପାଇଁ କୌଣସି ଲୋକଙ୍କ ଜୀବନ ଯେପରି ନ ଯାଉ ବୋଲି ସ୍ୱର୍ଗତ ଶାନ୍ତିଲତା ଙ୍କ ପୂତ୍ର ତଥା ସମାଜସେବୀ ଏମ ଶିବ ପାତ୍ର କହିଥିଲେ । ରକ୍ତଦାନ ମହତ ଦାନ ହୋଇଥିବାରୁ ଲୋକମନେ ସ୍ୱଇଛା ରେ ଆସି ରକ୍ତଦାନ ମହତ ଦାନ ହୋଇଥିବାରୁ ଲୋକମାନେ ସ୍ୱଇଛା ରେ ଆସି ରକ୍ତଦାନ କରିଥିଲେ। ଏହିପରି ମହତ କାର୍ଯ୍ୟ ର ଆୟୋଜିତ ହୋଇଥିବା ଯୋଗୁଁ ବିଭିନ୍ନ ରାଜନୈତିକ ଦଳର ଅଂଶଗ୍ରହଣ କରିଥିବା ନେତୃବୃନ୍ଦପୁଷ୍ଠମାଲ୍ୟ ଅର୍ପଣ କରି ଭୂୟସୀ ପ୍ରଶସାଂ କରିବା ସହ ମହତ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ । ବ୍ରହ୍ମପୁର ବଡଡାକ୍ତରଖାନା ର କର୍ମଚାରୀ ମାନଙ୍କ ସହଯୋଗ ରେ ରକ୍ତଦାନ ଶିବିର ସୁପରିଚାଳିତ ହୋଇଥିବା ଯୋଗୁଁ ଏମ ରାମହରି ପାତ୍ର ଧନ୍ୟବାଦ ଜଣାଇଥିଲେ । ଏହି ରକ୍ତଦାନ ଶିବିରରେ ୧୧୨ ୟୁନିଟ ରକ୍ତ ସଂଗ୍ରହ ହେଇଥିବା ନେଇ ମେଡିକାଲ ଅଧିକାରୀ ସୂଚନା ଦେଇଥିଲେ । ଗୋପାଳପୁର ନିର୍ବାଚନ ମଣ୍ଡଳୀର ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଡିଓ ଅଧିକ୍ୟ ସୁଭାଷ ମହାରଣା ପୂର୍ବତନ ଜିଲ୍ଲା ଉପସଭାପତି ଉମା ନାହାକ ପୁର୍ବତନ ବିଧାୟକ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ପୂର୍ବତନ ସାଂଶଧ ଚନ୍ଦ୍ର ସେଖୋର ବ୍ଲକ ବିଜେଡି ସଭାପତି ଅଜିତ ଦାସ ଚାଉବନ ଜିଲ୍ଲା ପରିଷଦ ଦୀପକ ସାମନ୍ତ ବରିଷ୍ଟ ନେତା ସମ୍ବୁ ପାଣୀଗ୍ରାହୀ ରଙ୍ଗେଇଲୁଣ୍ଡା ସାମ୍ବାଦିକ ଟୁଟୁ ଭାଇ , ରାଜୀବ ଭାଇ , ମୁନା ଭାଇ, ନରସିଙ୍ଗ ଭାଇ, ପ୍ରବୀଣ ଭାଇ, ଓ ସୁକାନ୍ତ ଭାଇ ନେଇ ଆପ ବିଧାୟକ ପ୍ରାର୍ଥୀ ନୀଳକଣ୍ଠ ରେଡ୍ଡୀ ପୁଷ୍ପମାଲ୍ୟ ଅର୍ପଣ କରି ଏହି ପରି ମହତ କାର୍ଯ୍ୟ ସମାଜକୁ ନୂତନ ଦିଗଦର୍ଶନ ଦେବାରେ ସହାୟକ ହେବ ବୋଲି କହିଥିଲେ ।

Also Read

Tags