ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଉତ୍କଳ ବିଦ୍ୟାପୀଠରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Pradeep Kar

ବ୍ରହ୍ମପୁର,୭।୭: ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଲାଠିସ୍ଥିତ ଉତ୍କଳ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଚିତ୍ରା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଡ଼. ଶଙ୍କର ନାରାୟଣ ବେଜ, ବିଦ୍ୟାଳୟ ଉନ୍ନୟନ କମିଟିର ସଦସ୍ୟ ଗୋପାଳକୃଷ୍ଣ ପାଢ଼ୀ ଓ ପୂର୍ବତନ ଛାତ୍ର ଆଶିଷ କୁମାର ସାବତ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିଥିଲେ। ଏ ଅବସରରେ ପରିବେଶ ସୁରକ୍ଷା, ସବୁଜ ବନାୟନର ଆବଶ୍ୟକତା ଏବଂ ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରି ବୃକ୍ଷ ସୁରକ୍ଷା ପ୍ରତି ସଚେତନତାର ବାର୍ତ୍ତା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଇକୋ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ, ଭାଗ୍ୟଲାତା ସାହୁ, ଦୀପ୍ତି କୁମାରୀ ପାଢ଼ୀ, ଜିତେନ୍ଦ୍ର ସେଠୀ, ଅବନୀ କୁମାର ଡାକୁଆ, ଯୋଗମାୟା ପଟ୍ଟନାୟକ, ପ୍ରଦୀପ କୁମାର ପଣ୍ଡା, ବିଭୂତି ଭୂଷଣ ଜାନି, ମୋହିନୀ ଶବର, ସ୍ୱାଗତିକା ବେହେରା, ଶ୍ୱେତାଲୀନା ପଣ୍ଡା ଓ କିରାଣୀ ଅଜିତ କୁମାର ସାବତଙ୍କ ସମେତ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Also Read

Tags