ବ୍ରହ୍ମପୁର ତା ୭-୭-୨୦୨୬ସରକାରୀ କୁଇନ ଅଫ ଦି ମିଶନ୍ ସ ହାଇସ୍କୁଲର ବିଭିନ୍ନ ଶ୍ରେଣୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିବା ପାଇଁ ପୁରସ୍କାର ବିତରଣ ଉତ୍ସବ ତା ୦୭.୦୭.୨୦୨୬ ମଙ୍ଗଳବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଆଲୁମିନି-୭୭ ସୌଜନ୍ୟରେ ମାଧ୍ୟମିକ (HSC) ପରୀକ୍ଷା ରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦୁଇ ଛାତ୍ର, ବାଳିକା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ , ବିଜ୍ଞାନ ଓ ଗଣିତ ବିଷୟରେ ସର୍ବାଧିକ ନମ୍ବର ହାସଲ କରିଥିବା ଛାତ୍ର ଓ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ରେ ନବମ ଶ୍ରେଣୀ, ଅଷ୍ଟମ ଶ୍ରେଣୀ, ସପ୍ତମ ଶ୍ରେଣୀ, ଷଷ୍ଠ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ନଗଦ ପୁରସ୍କାର ଓ ଟ୍ରଫି ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତି ରେ ପ୍ରଦାନ କରାଯାଇଛି। ଦୁଇ ନବାଗତ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ କରାଯାଇ ଥିଲା। ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ହରେକୃଷ୍ଣ ପଣ୍ଡା ଓ ସେବା ନିବୃତ ବରିଷ୍ଠ ଶିକ୍ଷକ ଶ୍ରୀ କୈଳାସ ଚନ୍ଦ୍ର ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମ୍ମାନ ସମାରୋହର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ କୃତିତ୍ୱକୁ ସ୍ୱୀକୃତି ଦେବା, ସେମାନଙ୍କୁ ଉତ୍ସାହିତ କରିବା ଏବଂ ବିଦ୍ୟାଳୟ ପରିବାରରେ ନୂତନ ଭାବେ ଯୋଗଦେଇଥିବା ପ୍ରାୟ ୧୨୦ ଜଣ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା।ଏହି ସମ୍ମାନ ସମାରୋହ ଆଲୁମିନି -୭୭ ର ଆବାହକ ଶ୍ରୀ ଏମ ଅକ୍ଷୟ ପରିଚାଳନା କରି Alumini-୭୭ ଦ୍ଵାରା ନିଆ ଯାଉଥିବା ଅନ୍ୟାନ୍ୟ କାର୍ଯକ୍ରମ ବିଷୟ ରେ ସୂଚନା ଦେଇଥିଲେ।ଏହି ଉତ୍ସବ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ ,ଅଭିଭାବକ, ପରିଚାଳନା କମିଟି ସଭାପତି ଓ ଆଲୁମିନି-୭୭ ର ବନ୍ଧୁଗଣ ଯୋଗ ଦେଇଥିଲେ।
କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିବା ପାଇଁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ





