କଳାକାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Pradeep Kar

ବ୍ରହ୍ମପୁର / 08.07.2026 ଆଜି ସନ୍ଧ୍ୟାରେ ବ୍ରହ୍ମପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳା ଓ କଳାକାର ପ୍ରତିଷ୍ଠାନ ତରଫରୁ ସ୍ଥାନୀୟ ଉତ୍କଳ ଆଶ୍ରମର ସଭାଗୃହରେ ପ୍ରତିଷ୍ଠାନର ସଭାପତି ଇ ଅରୁଣ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ‘କଳାକାର ସମ୍ବର୍ଦ୍ଧନା ଉତ୍ସବ’ ଆୟୋଜିତ ହୋଇସାରିଛି l ଗତ ଜୁଲାଇ ୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଭଞ୍ଜକଳl ମଣ୍ଡପରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ ଏବଂ ଓଡିଶା ନାଟ୍ୟସଂଘ ମିଳିତ ଆନୁକୂଲ୍ୟରେ ଆୟୋଜିତ ନାଟ୍ୟଧାରା ଉତ୍ସବରେ ନାଟ୍ୟକାର ଲିଙ୍ଗରାଜ ନାହାକଙ୍କ ରଚିତ ଏବଂ ନାଟ୍ୟପ୍ରଦୀପ ମଦନ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ “ବାଘ” ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା l ଏହି ନାଟକରେ ଅଭିନୟ କରିଥିବା କଳାକାର ମନୋଜ ଦଣ୍ଡପାଟ, ଡ ମିହିର ତ୍ରିପାଠୀ, ଭକ୍ତି ସୁଦନ ରଥ, ବଳରାମ ମାଳି, ମଧୁ ସୁଦନ ସାହୁ, ଗୋକୁଳ ପଣ୍ଡା ଏବଂ ପ୍ରିତୀମଞ୍ଜରୀ ପ୍ରତିନିଧିଙ୍କ ସମେତ ସଂଗୀତ ନିର୍ଦ୍ଦେଶକ ଚିଣ୍ଟୁ ମହାପାତ୍ର, କଣ୍ଠଶିଳ୍ପୀ ସନ୍ତୋଷ ବେହେରା, ଚାଙ୍ଗୁ ବାଦ୍ୟକାର ସନ୍ତୋଷ ମାଝୀ, ମଞ୍ଚ ନିର୍ଦ୍ଦେଶକ ସତ୍ୟ ମହାରଣା, ନାଟ୍ୟକାର ଲିଙ୍ଗରାଜ ନାହାକ ଏବଂ ନିର୍ଦ୍ଦେଶକ ମଦନ ମିଶ୍ରଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥି ସହ ବ୍ୟବସ୍ଥାପକ ରବୀନ୍ଦ୍ର କୁମାର ନାୟକ, ତ୍ରିପତି ନାୟକ, ସରୋଜ କୁମାର ବାରିକ, ସୁଶ୍ରୀ ଯୋଗେଶ୍ୱିନୀ ଗୌଡ଼ ପ୍ରମୁଖଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା l ଏହି ଉତ୍ସବରେ ବ୍ରହ୍ମପୁର ସାମ୍ବାଦିକ ସଂଘର ସଭାପତି ଅଶୋକ ବ୍ରହ୍ମା, ଓଡିଶା ନାଟ୍ୟସଂଘର (ଦକ୍ଷିଣାଞ୍ଚଳ) ଉପସଭାପତି ଭବାନୀ ଶଙ୍କର ମିଶ୍ର, ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜ଼ିଲ୍ଲା କଳାକାର ସଂଘର ସଭାପତି ଶଙ୍କର୍ଷଣ ସାବତ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଏନ. ରାମବାବୁ, ସରୋଜ ପଣ୍ଡା, ସୁଜ୍ଞାନୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Also Read

Tags