ବହୁ ଚର୍ଚ୍ଚିତ ଅର୍ଜ୍ଜୁନ ଦାସ ହତ୍ୟା ମାମଲା; ବିଧାୟକ ରମେଶ ଜେନା ସମେତ ୬ ଅଭିଯୁକ୍ତ ନିର୍ଦୋଷରେ ଖଲାସ

Pradeep Kar

ବ୍ରହ୍ମପୁର; ୨୦୧୬ ମସିହାର ବହୁ ଚର୍ଚ୍ଚିତ ଅର୍ଜୁନ ଦାସ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ-୩ ବିବସ୍ବତ ଗୌତମ ଉକ୍ତ ହତ୍ୟା ମାମଲାର ବିଚାରଣା କରି ପ୍ରମାଣ ଅଭାବରୁ ଏହି ମାମଲାର ଅଭିଯୁକ୍ତ ଥିବା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ସମେତ ୬ଜଣଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ନିର୍ଦୋଷ ସାବ୍ୟସ୍ତମାନେ ହେଲେ ବିଧାୟକ ରମେଶ ଜେନା, ତାଙ୍କ ପୁତୁରା ପିଣ୍ଟୁ ଜେନା ,ପ୍ରେମଚାନ୍ଦ ପଣ୍ଡା ଓରଫ ବାପି, ରାମକୃଷ୍ଣ ପାଢ଼ୀ ଓରଫ ଜାକି, ଦଣ୍ଡ ମହାରଣା, ଓ ଜଗତ ବେହେରା ।

Also Read

Tags