ବ୍ରହ୍ମପୁର, : ବ୍ରହ୍ମପୁର ଶାଖା ତରଫରୁ ଲଞ୍ଜିପଲ୍ଲୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ଖାତା, କଲମ, ପେନସିଲ ଇତ୍ୟାଦି ବଣ୍ଟନ କରାଗଲା। ଉକ୍ତ ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଙ୍କଜ କୁମାରୀ ଦେବୀ ସଭାପତିତ୍ୱ କରିଥିଲେ ଓ ବିଦ୍ୟାଳୟ ରଞ୍ଜିତା ମିଶ୍ର, ଦୀପ୍ତି ଇତ୍ୟାଦି ଶିକ୍ଷୟିତ୍ରୀ ତଥା କର୍ମଚାରୀ ସହଯୋଗ କରିଥିଲେ। ଭାରତ ବିକାଶ ତରଫରୁ ସର୍ବଶ୍ରୀ p. ଧର୍ମା ରାଓ (ସେବା ସଂଯୋଜକ ), Er. ନାରାୟଣ ପାଢ଼ୀ (ସଂସ୍କାର ସଂଯୋଜକ ), ବିଜୟ ଚନ୍ଦ୍ର ପାଢ଼ୀ (ପର୍ଯ୍ୟାବରଣ ସଂଯୋଜକ ), କୁମୁଦ ରଞ୍ଜନ ଜେନା (ସମ୍ପର୍କ ସଂଯୋଜକ ), ସମ୍ପାଦକ G. ଶିବରାମ ରେଡି, ରୁଦ୍ରପ୍ରସାଦ ସିଂଦେଓ,ବାଇଧର ଗୌଡ଼,N. କ୍ରିଷ୍ଣା ପ୍ରମୁଖ ଯୋଗଦାନ କରି ପ୍ରକ୍ରିୟା କୁ ସହାୟତା କରିଥିଲେ। ପରିଷଦ ସଭ୍ୟ ମାନଙ୍କ ସହାୟତା ରେ ବିଦ୍ୟାଳୟ ତରଫରୁ ଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରାଯାଇଥିଲା। ଶେଷରେ ପରିଷଦ ର ସଭାପତି Er. ସିମାଞ୍ଚଳ ଦାଶ ମହୋଦୟ ଛାତ୍ରୀ ମାନଙ୍କୁ ଭଲପାଠ ପଢିବାକୁ ପରାମର୍ଶ ଦେଲେ ଏବଂ ଦଶମ ଶ୍ରେଣୀରେ ଭଲ ପରୀକ୍ଷା ଫଳ କଲେ ପରିଷଦ ତରଫରୁ ଉଚ୍ଚ ଶିକ୍ଷା ପାଇଁ ମଧ୍ୟ୍ୟ ସାହାଯ୍ୟ କରାଯିବ ଘୋଷଣା କଲେ। ସଂସ୍କୃତ ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ ହେଲା।
ଭାରତ ବିକାଶ ପରିଷଦ ତରଫରୁ ଲଞ୍ଜିପଲ୍ଲୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ଖାତା, କଲମ, ପେନସିଲ ଇତ୍ୟାଦି ବଣ୍ଟନ କରାଗଲା





