ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାଙ୍କୁ ଜନ୍ମମାଟି ଖଲ୍ଲିକୋଟରେ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ

Pradeep Kar

ଖଲ୍ଲିକୋଟ, : ଉଚ୍ଚ ନ୍ୟାୟାଳୟ ନବ ନିର୍ବାଚିତ ସଭାପତି ତଥା ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାଙ୍କୁ ଜନ୍ମମାଟି ଖଲ୍ଲିକୋଟରେ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କେବଳ ଖଲ୍ଲିକୋଟ ମାଟି ନୁହେଁ ସମଗ୍ର ଗଂଜାମ ଜିଲ୍ଲା ସର୍ବୋପରି ରାଜ୍ୟର ଗର୍ବ ଆଉ ଗଉରବ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଲଲାଟେନ୍ଦୁ ସାମନ୍ତରାଙ୍କ ଭଳି ବରେଣ୍ୟ ପ୍ରତିଭାଙ୍କୁ ନିଜ ଜନ୍ମମାଟି ଖଲ୍ଲିକୋଟ ଠାରେ ଆଗ୍ରହ ଉତ୍ସାହ ସହକାରେ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଖଲ୍ଲିକୋଟ, ନିର୍ମଳଝର ସ୍ଥିତ ନୃସିଂହ ଚରଣ ସମ୍ମିଳନୀ କକ୍ଷରେ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ସଂଘର ନବ ନିର୍ବାଚିତ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଲଲାଟେନ୍ଦୁ ସାମନ୍ତରା ଅବସ୍ଥାପିତ ହୋଇଥିବାରୁ ଆପଣାର ଜନ୍ମଭୂମି ଖଲ୍ଲିକୋଟରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀଯୁକ୍ତ ସାମନ୍ତରାଙ୍କୁ ଖଲ୍ଲିକୋଟ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଶହଶହ ବ୍ୟକ୍ତି ଏକ ବିଶାଳ ପଟୁଆରରେ ଉତ୍ସାହ ସହକାରେ ପାଛୋଟି ଆଣି ନିର୍ମଳଝର ସ୍ଥିତ ନୃସିଂହ ଚରଣ ସମ୍ମିଳନୀ କକ୍ଷରେ ପହଞ୍ଚାଇଥିଲେ । ସେଠାରେ ଏହି ପରିପ୍ରେକ୍ଷୀରେ ଏକ ଉତ୍ସବ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ, ସୁସାହିତ୍ୟିକ, ଘଡ଼ଘଡ଼ି ପତ୍ରିକାର ସମ୍ପାଦକ ଦଣ୍ଡପାଣି ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ପ୍ରାକ୍ତନ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଶ୍ରୀଯୁକ୍ତ ରାମମୋହନ ପଣ୍ଡାଙ୍କ ଆବାହକତ୍ୱରେ ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ବିଶିଷ୍ଟ ବିପ୍ଲବୀ କବି ପ୍ରଶାନ୍ତ କୁମାର ମିଶ୍ରଙ୍କ ପୈ।ରହିତ୍ୟରେ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ସର୍ବ ପ୍ରଥମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ବୈଠକ ଆରମ୍ଭ ହୋଇଥିଲା । କବିସୂର୍ଯ୍ୟନଗର, ଆସିକା, କୋଦଳା, ବ୍ରହ୍ମପୁର, ପୁରୁଷୋତ୍ତମପୁର, ହିଞ୍ଜିଳିକାଟୁ, ଖଲ୍ଲିକୋଟ ଅଞ୍ଚଳର ବହୁ ଆଇନଜୀବୀ ସଂଘର ସଭାପତି, ‘ନବୀନ’ ପତ୍ରିକାର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ପ୍ରମୁଖ ମଞ୍ଚାସୀନ ରହି ଖଲ୍ଲିକୋଟର ଐତିହ୍ୟ, ସଂସ୍କୃତି, ସାହିତ୍ୟ ସର୍ବୋପରି ବିଭିନ୍ନ କ୍ଷେତ୍ରରେ ରାଜା ରାଜୁଡା ଅମଳରୁ ରହି ଆସିଥିବା ଅବଦାନ ସମ୍ପର୍କରେ ଅଭିହିତ କରିଥିଲେ । ଗଂଜାମର ଲୋକନୃତ୍ୟ ଦାସକାଠିଆ ପରିବେଷିତ ହୋଇଥିଲା । ବହୁତ ସାହିତ୍ୟାନୁଷ୍ଠାନ, ଆଇନଜୀବୀ ସଂଗଠନ, ସାମାଜିକ ଅନୁଷ୍ଠାନ, କଳା, ଅନୁଷ୍ଠାନ ତରଫରୁ ଶ୍ରୀଯୁକ୍ତ ସାମନ୍ତରାଙ୍କୁ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଉତ୍ସବରେ ସମଗ୍ର ଗଂଜାମ ଜିଲ୍ଲାର ବହୁ ଆଇନଜୀବୀ, ସାହିତ୍ୟିକ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

Also Read

Tags