ସ୍ଵାମୀ ଧର୍ମନିଷ୍ଠାନନ୍ଦ ମହାରାଜଙ୍କୁ ସମ୍ବର୍ଦ୍ଧନା

Pradeep Kar

ବ୍ରହ୍ମପୁର -12/07- ‘ସନ୍ଥ ନ ହୋତା ତୋ ସଂସାର ଜଲଯାତା’, ସନ୍ଥ ମାନଙ୍କୁ ଚଳନ୍ତି ଗଙ୍ଗା ସହ ତୁଳନା କରାଯାଇଛି। ଯେ ଭଗବାନ ଙ୍କ ପଛରେ ଯାଏ ସେ ସାଧୁ ଓ ଭଗବାନ ସ୍ଵୟଂ ସନ୍ଥ ଙ୍କ ପଛରେ ଯାଆନ୍ତି। ଦିବ୍ୟ ଜୀବନ ସଂଘ, ମୁଖ୍ୟାଷ୍ରମ ରିଷିକେଶର ବରିଷ୍ଠ ସନ୍ଥ ତଥା ସମ୍ପାଦକ ସ୍ଵାମୀ ଧର୍ମନିଷ୍ଠାନନ୍ଦ ସରସ୍ୱତୀ ମହାରାଜଙ୍କ ଦିବ୍ୟ ଜୀବନ ସଂଘ, ମହିଳା ଶାଖା, ବ୍ରହ୍ମପୁର ପରିସରରେ ଉପସ୍ଥିତି ସମସ୍ତଙ୍କୁ ଉତ୍ସାହିତ କରିଥଲା। ସ୍ୱାମୀଜୀ ସଂସାର ସୁଧୁରିବା ପାଇଁ ସୁନ୍ଦର ଦିଗଦର୍ଶନ ଦେଇଥିଲେ ଏବଂ ସ୍ଵାମୀ ଶିବାନନ୍ଦଙ୍କ ବିଂଶ ଆଧ୍ୟାତ୍ମିକ ଉପଦେଶ ବିଷୟରେ ଅଶ୍ରୀବଚନ ଦେଇଥିଲେ।ଏହି ସବୁ କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ଉପଦେଷ୍ଠା ରୀନା ପାଢୀ,ଅଶୋକ କୁମାର ପାଢ଼ୀ, ଅରୁଣ କୁମାର ଦାଶ, ସୁରେଶ ମହାପାତ୍ର, ଭାସ୍କର ବେହେରା, ମମତା ମହାପାତ୍ର,ଶ୍ରୀନିବାସ ପାତ୍ର, ଶକୁନ୍ତଳା, ସୁଜାତା ପଟ୍ଟନାୟକ, ଲକ୍ଷ୍ମୀ ପାତ୍ର, ରମେଶ ବେହେରା, ରାମକୃଷ୍ଣ ଖଟାଇ, ପ୍ରବିଣା ମିଶ୍ରଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ। ଦିବ୍ୟ ଜୀବନ ସଂଘ, ଦକ୍ଷିଣାଞ୍ଚଳ ସମନ୍ୱୟ ସମିତିର କୋଷାଧ୍ଯକ୍ଷ ଶାନ୍ତିଭୂଷଣ ପଣ୍ଡା ସ୍ୱାମୀଜୀଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Also Read

Tags