ଆନ୍ଧ୍ରରେ କୋଭିଡ୍ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ

Pradeep Kar

ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି CDMO ଓ PHO। ଗୁରୁତର ଶ୍ବାସକ୍ରିୟା ସଂକ୍ରମଣ ରୋଗୀଙ୍କର କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ସେହିପରି ଇନଫ୍ଲୁଏନଞ୍ଜା ଭଳି ଲକ୍ଷଣ ଥିବା ରୋଗୀଙ୍କ ମଧ୍ୟରୁ ଅତି କମରେ ୫%ଙ୍କ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆଇସୋଲେସନ ୱାର୍ଡ, ଅକ୍ସିଜେନ୍ ବେଡ୍, ଅକ୍ସିଜେନ ଓ ଜରୁରୀ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏଥିସହ ଓଆରଏସ୍, ପାରାସିଟାମଲ, ଜିଙ୍କ, ଭିଟାମିନ-ଏ, ଶ୍ବାସକଷ୍ଟ ଔଷଧ, ଆଜିଥ୍ରୋମାଇସିନ୍ ଓ ଟିଟାନସ୍ ଟିକା ସହ ପର୍ଯ୍ୟାପ୍ତ ପରିମାଣର ଆବଶ୍ୟକ ଔଷଧ ମହଜୁଦ ରଖିବାକୁ କୁହାଯାଇଛି। ପ୍ରତିଦିନ କୋଭିଡ୍ ପରୀକ୍ଷା, ହସପିଟାଲ ପ୍ରସ୍ତୁତି ଓ ଔଷଧ ମହଜୁଦ ସମ୍ପର୍କିତ ରିପୋର୍ଟ ଜିଲ୍ଲା ସ୍ବାସ୍ଥ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଶା ଓ ଏଏନଏମ୍ କର୍ମୀମାନେ ଗାଁ ଗାଁରେ ଜ୍ବର କିମ୍ବା ଶ୍ବାସକଷ୍ଟ ରୋଗୀଙ୍କୁ ଚିହ୍ନଟ କରି ସଚେତନତା ସୃଷ୍ଟି କରିବେ।

Also Read

Tags