“ଆମ ଗଞ୍ଜାମ – ସ୍ୱଚ୍ଛ ଗଞ୍ଜାମ, ପ୍ଲାଷ୍ଟିକ ମୁକ୍ତ ଅଭିଯାନ” “ପଲିଥିନ ଛାଡ଼ନ୍ତୁ – କପଡ଼ା ବ୍ୟାଗ ଆପଣାନ୍ତୁ”

Pradeep Kar

ବ୍ରହ୍ମପୁର” ଆଜି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ (ୱାର୍ଡ ନଂ–୨୫) ବିଜିପୁର ବନ୍ଧ ସଫେଇ, ପନିପରିବା ବଜାର ଏବଂ ନେହେରୁ ପାର୍କ ଛକ ପର୍ଯ୍ୟନ୍ତ ସ୍ୱଚ୍ଛତା ଓ ପ୍ଲାଷ୍ଟିକମୁକ୍ତ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନୀଲ କୁମାରଙ୍କ ନିର୍ଦ୍ଦେଶକ୍ରମେ ବିଧାୟକଙ୍କ ପ୍ରତିନିଧି ଓ କାର୍ଯ୍ୟକର୍ତ୍ତାମାନେ ଏହି ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଏହା ସହିତ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମେୟର, କମିଶନର ଏବଂ ଡେପୁଟି କମିଶନର ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରରେ ପରିବା ବ୍ୟବସାୟୀ, ହୋଟେଲ ମାଲିକ, ଗ୍ରାହକ ଏବଂ ସାଧାରଣ ଜନତାଙ୍କୁ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆହ୍ୱାନ କରାଯାଇଥିଲା। ପଲିଥିନ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥିବାରୁ ସମସ୍ତଙ୍କୁ କପଡ଼ା ବ୍ୟାଗ ବ୍ୟବହାର କରି ପରିବେଶ ସୁରକ୍ଷାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ବଜାରରେ ଉପସ୍ଥିତ ସାଧାରଣ ଲୋକଙ୍କୁ କପଡ଼ା ବ୍ୟାଗ ବଣ୍ଟନ କରାଯାଇ ପଲିଥିନ ବ୍ୟବହାର ବର୍ଜନ କରିବା ପାଇଁ ସଚେତନ କରାଯାଇଥିଲା।

Also Read

Tags