ବ୍ରହ୍ମପୁର, ୧୪l0୭ : ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ୟୁନିଟ-୧ ଓ ୟୁନିଟ୍-୨ ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ ମହୋତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି l ଅଧ୍ୟକ୍ଷ ଡକ୍ଟର୍ ଦେବରାଜ ସ୍ୱାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ପରିବେଶ ସୁରକ୍ଷା ଦିଗରେ ବୃକ୍ଷରୋପଣର ଆବଶ୍ୟକତା ଓ ଭୂମିକା ବିଷୟରେ ସ୍ବେଚ୍ଛାସେବୀମାନଙ୍କୁ ମାର୍ଗଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ଦୁଇଟି ଯାକ ୟୁନିଟର ସ୍ବେଚ୍ଛାସେବୀମାନେ ଅଂଶଗ୍ରହଣ ପୂର୍ବକ ମହାବିଦ୍ୟାଳୟ ଖେଳ ପଡ଼ିଆ ଚତୁର୍ପାଶ୍ୱରେ ୫0ରୁ ଊର୍ଦ୍ଧ୍ଵ ବିଭିନ୍ନ କିସମର ଚାରା ରୋପଣ କରିଥିଲେ l ‘ୟୁଥ୍ ଫର୍ ସେବା’ ସଂସ୍ଥାର ଓଡ଼ିଶା ସଂଯୋଜକ ସୁବ୍ରତ ମହାନ୍ତି ଆମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା, ଏହାର ଉପଯୋଗିତା ଓ ମହତ୍ତ୍ୱ ସଂପର୍କରେ ସ୍ବେଚ୍ଛାସେଵୀମାନଙ୍କୁ ବୁଝାଇଥିଲେ l ଜାତୀୟ ସେବା ଯୋଜନା ୟୁନିଟ-୧ ଅଧିକାରୀ ଡ. ରବୀନ୍ଦ୍ର କୁମାର ପଣ୍ଡା ଓ ୟୁନିଟ୍-୨ ଅଧିକାରୀ ଡ. ଶୁଭଶ୍ରୀ ଅପରାଜିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପରିଚାଳନାରେ ଅନୁଷ୍ଠିତ ଏହି ମହୋତ୍ସବରେ ଡ. ରୋଶନୀ ସାହୁ, ଡ. ମଧୁସ୍ମିତା ଦାସ, ଡ. ବନଲତା ସାହୁ, ଡ. ଶିବାନୀ ମିଶ୍ର, ଡ. ସୁଧାନନ୍ଦ ମହାରଣା, ଡ. ମାନ୍ନା ମିଲନ୍, ଡ. ମଧୁମିତା ନାୟକ, ଡ. ସୁଶାନ୍ତ କୁମାର ଵୀରୋ, ଡ. ବନୋଜ ନାୟକ, ଡ. ଶାରଦା ପ୍ରସାଦ ଦାସ, ଡ. ରତ୍ନାକର ମିଶ୍ର, ଡ. ସ୍ନେହାସିନୀ ପ୍ରଧାନ ଓ ଡ. ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ସାମିଲ୍ ହେବା ସହ ପ୍ରତ୍ୟେକେ ଏକ ଏକ ଚାରାଗଛ ଲଗାଇଥିଲେ l ଚାରାଗଛ ରୋପଣ ସହ ଏହାର ଯତ୍ନ ନେବାକୁ ସ୍ବେଚ୍ଛାସେବୀମାନେ ଶପଥ ନେଇଥିଲେ l
ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ଏନ୍.ଏସ୍.ଏସ୍ ପକ୍ଷରୁ ବୃକ୍ଷରୋପଣ ମହୋତ୍ସବ





