ବ୍ରହ୍ମପୁର, 17.07.2026ପବିତ୍ର ରଥଯାତ୍ରା ଅବସରରେ ବ୍ରହ୍ମପୁର ସହରର ଗାନ୍ଧୀନଗର ଷଷ୍ଠ ଲାଇନ ଓ ବ୍ରହ୍ମାନଗର ତୃତୀୟ ଲାଇନରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହା ଆଡ଼ମ୍ବର ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଛି।ଗାନ୍ଧୀନଗର ଷଷ୍ଠ ଲାଇନରେ ପ୍ରଥମ ଥର ପାଇଁ ନବନିର୍ମିତ ରଥରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ୨୦୨୪ ମସିହାରେ ପ୍ରତିଷ୍ଠିତ ଶ୍ରୀମନ୍ଦିରରେ ଏହା ପ୍ରଥମ ରଥଯାତ୍ରା ହୋଇଥିବାବେଳେ ରାଜା ଲଲାଟେନ୍ଦୁ ସାମନ୍ତ ଏକ ବିରାଟ ପଟୁଆରରେ ପହଞ୍ଚି ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଘଣ୍ଟ, ବାଜା, ଶଙ୍ଖଧ୍ୱନି ଏବଂ ଶତାଧିକ ମହିଳାଙ୍କ ହୁଳହୁଳି ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ବିରାଜମାନ କରାଯାଇ ସାହି ପରିକ୍ରମା କରାଯାଇଥିଲା। ପରେ ରଥଟି ସପ୍ତମ ଲାଇନରେ ନିର୍ମିତ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ପାତ୍ର (ଟିକି), ବରିଷ୍ଠ ବିଜେପି ନେତା କାଁହୁଚରଣ ପତି, ଏମ୍. ଶେଖର ବାବୁ, ରାଜନୀଶ ମିଶ୍ର, ପ୍ରମୋଦ ଜେନା, ଟୁଲୁ ମଙ୍ଗରାଜ, ରବୀନ୍ଦ୍ର ନାରାୟଣ ପଟ୍ଟନାୟକ, ଭବାନୀ ମହାନ୍ତି, ପ୍ରଶାନ୍ତ ଦାସ, ଅଶୋକ ପାଣିଗ୍ରାହୀ, ପ୍ରମୋଦ ଦାସ, ବାବୁଲା ପ୍ରମୁଖ ସହଯୋଗ କରିଥିଲେ।ସେହିପରି ବ୍ରହ୍ମାନଗର ତୃତୀୟ ଲାଇନରେ ଅନୁପ ପାତ୍ର ଓ ସ୍ୱାଧୀନା ପାତ୍ରଙ୍କ ବାସଭବନରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ବଡ଼ ଧୂମଧାମରେ ପାଳନ କରାଯାଇଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସୁସଜ୍ଜିତ ରଥରେ ବିରାଜମାନ କରାଯାଇ ପୂଜାର୍ଚ୍ଚନା ପରେ ସାହି ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ପାତ୍ର ପରିବାର ସହ ସାହିର ସହ ସାହିର ମହିଳା, ପୁରୁଷ, ବୁଦ୍ଧିଜୀବୀ ଏବଂ ଭକ୍ତମାନେ ସାମିଲ ହୋଇଥିଲେ।ରଥ ପରିକ୍ରମା ଶେଷ ହେବ ପରେ ମହାପ୍ରଭୁ ଙ୍କୁ ମାଉସୀ ମା’ ମନ୍ଦିରରେ ବିରାଜମାନ କରାଯାଇ ଵିଧିବିଧାନ ଅନୁଯାୟୀ ପୂଜାର୍ଚନା କରାଯାଇଥିଲା। ପରେ ଉପସ୍ଥିତ ସମସ୍ତ ଭକ୍ତ ଓ ସାହିବାସିନ୍ଦାଙ୍କ ମଧ୍ୟରେ ମହାପ୍ରସାଦ ବଣ୍ଟନ କରାଯାଇଥିଲା।
ଗାନ୍ଧୀନଗର ଓ ବ୍ରହ୍ମାନଗରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହାଆଡ଼ମ୍ବରରେ ପାଳିତ





