ଠାକୁର ସେବକ ତ୍ରିନାଥ ପରିବାରର 86 ତମ ରଥଯାତ୍ରା ମହାସମାରୋରେ ପାଳିତ

Pradeep Kar

ବ୍ରହ୍ମପୁର, ତା : 16/7- ସ୍ଥାନୀୟ ବରିଷ୍ଠ ସମାଜସେବୀ, ଶିକ୍ଷାବିତ୍ ତଥା ଭାଷାତପସ୍ୱି ତ୍ରିନାଥ ମହାରଣାଙ୍କ ପରିବାର ପକ୍ଷରୁ 86 ବର୍ଷ ତଳେ ବ୍ରହ୍ମପୁର ସହରର ବାଲାଜୀ ପେଣ୍ଠ ସାହିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପ୍ରଥମେ ଆରମ୍ବ ହୋଇ ତାହା ଅଦ୍ୟାପି ଜଗନ୍ନାଥଙ୍କ ସମସ୍ତ କାର୍ଯ୍ୟ ରୀତିକାନ୍ତି ଚାଲିଛି ଚଳିତବର୍ଷ 86ତମ ରଥଯାତ୍ରାରେଠାକୁର ସେବକତ୍ରିନାଥ ମହାରଣା ଛେରାପହଁରା ଦେଇ କହିଲେ ଦେବସ୍ନାନ, ନେତ୍ରଉତ୍ସବ ନୀତିକାନ୍ତିରେ ରଥଯାତ୍ରା ତିନିପୁରୁଷ ଧରି ଚାଲିଆସିଛି ଚଳିତ ବର୍ଷ ବହୁ ଜଗନ୍ନାଥ ଭକ୍ତଙ୍କ ସମାବେଶରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା l ଗୃହମନ୍ଦିରରୁ ବଡ଼ ପୁଅ ଶିବପ୍ରସାଦ ଠାକୁରଙ୍କୁ ସଂକୀର୍ତନ ଦଳସହ ଆଣି ରଥରେ ବିଜେ କରିଥିଲେ I ସମସ୍ତ ପୂଜାର୍ଚ୍ଚନା ଜଗନ୍ନାଥ ଭକ୍ତ ପୂଜକ ସୁଶାନ୍ତ କୁମାର ଦାଶ ନୀତିକାନ୍ତି ସହ ଆଳତୀ କରିବା ପରେ ସର୍ବଶ୍ରୀ ମୋହନ ଚରଣ ମାଝୀ,ଅଜୟ, ଶ୍ରୀମତୀ ସୌଦାମିନୀ ମହାରଣା,ରିଙ୍କି ସଂଗୀତା ପତି, ଜୟନ୍ତୀ ବିଷୋୟୀ, ଶ୍ଵେତାଙ୍ଗିନୀ ସିମାଞ୍ଚଳ ପତି, ରବିନାରାୟଣ ସାବତ, କାହ୍ନଆ,ଲାଡ଼ୁ, ବୁଲବୁଲ ସମେତ ବହୁଭକ୍ତ ରଥଟାଣି ଜୟଜଗନ୍ନାଥ ଶବ୍ଦରେ ଇଲାକାଟି ଭକ୍ତଙ୍କ ଭକ୍ତିର ଭାବରେ ପ୍ରକମ୍ପିତ ହୋଇଥିଲା I

Also Read

Tags