ବେକରେ ଚୁନି ଲଗାଇ ଜିବନ ହାରିଲେ ନିଟ୍ ଛାତ୍ରୀ

Pradeep Kar

ରଙ୍ଗେଇଲୁଣ୍ଡା, : ରଙ୍ଗେଇଲୁଣ୍ଡା ବ୍ଲକ ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ନିଟ୍ ପରିକ୍ଷା ରେ ଅକୃତକାର୍ଯ୍ୟ ହେବା ଫଳରେ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ନିଜ ଶୋଇବା ଘରେ ଫ୍ୟାନ୍ ହୁକ୍ ରେ ଚୁନି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ହଳଦିଆପଦର ତିରୁପତି ନଗର ୩ୟ ଲେନ୍ ନିବାସୀ ଭଗବାନ ସାହୁ ଙ୍କ ଝିଅ ସଞ୍ଚିତା ସାହୁ (୨୦) ସଞ୍ଚିତା ଙ୍କ ପୁରା ପରିବାର ଗୁରୁବାର ରାତିରେ ସମ୍ପର୍କୀୟ ଙ୍କ ବିବାହ ଭୋଜିରେ ଯୋଗ ଦେଇ ହସ ଖୁସିରେ ଘରକୁ ଫେରିଥିଲେ । କିନ୍ତୁ ଭୋଜିରୁ ଫେରିବା ପରେ ନିଟ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ଜାଣି ନିଜର ପରୀକ୍ଷା ଫଳ ଦେଖିଥିଲେ କିନ୍ତୁ ସେ ଦ୍ୱିତୀୟ ଥର ନିମନ୍ତେ ଅକୃତକାର୍ଯ୍ୟ ହୋଇଥିବାରୁ ମାନସିକ ଭାବେ ଭାଙ୍ଗି ପଡିଥିଲେ । ପରିବାର ଲୋକେ ସାନ୍ତନା ଦେଇଥିଲେ ସୁଦ୍ଧା ସଞ୍ଚିତା କୁଆଡେ ମନଦୁଃଖ ରେ ରହିଥିଲେ । ଭୋଜି ରୁ ଫେରିଥିବା ଯୋଗୁଁ ବାପା ଓ ମା ଶୋଇବାକୁ ଯାଇଥିବା ବେଳେ ସଞ୍ଚିତା ମଧ୍ୟ ନିଜ କୋଠରୀ କୁ ଶୋଇବାକୁ ଯାଇଥିଲେ । ଶୁକ୍ରବାର ସକାଳ ୮ ଟା ପର୍ଯ୍ୟନ୍ତ ସଞ୍ଚିତା ଙ୍କ ରୁମ୍ କବାଟ ବନ୍ଦ ରହିଥିବାରୁ ପରିବାର ସଦସ୍ୟ କବାଟ ବାଡେଇ ଥିଲେ ମଧ୍ୟ କବାଟ ଖୋଲି ନଥିଲେ କି ଫୋନ୍ ରେ ଜବାବ ଦେଇନଥିଲେ । ଫଳରେ ଝରକା ଫାଙ୍କ ରୁ ଦେଖିବା ବେଳେ ସଞ୍ଚିତା ଫ୍ୟାନ୍ ହୁକ୍ ରେ ଝୁଲି ରହିଥିଲେ । କୌଣସି ଅଘଟଣ ଘଟିଥିବା ଆଶଙ୍କା କରି ପରିବାର ତୁରନ୍ତ ଗୋଳନ୍ଥରା ଥାନା କୁ ଅବଗତ କରାଇଥିଲେ । ପୋଲିସ ପହଞ୍ଚି କବାଟ ତାଡି ସଞ୍ଚିତା ଙ୍କ ଶବକୁ ତଳକୁ ଓହ୍ଲାଇବା ସହ ଶବ ଜବତ ପୂର୍ବକ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ । ସଞ୍ଚିତା ଙ୍କ ବାପା ଭଗବାନ ଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ପକ୍ଷରୁ ୨୯/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛିନ୍ତି । ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

Also Read

Tags