ବୈଦେହୀ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାଯ୍ୟକ୍ରମ

Pradeep Kar

ବ୍ରହ୍ମପୁର ୧୮/୦୭ ଗୋପାଳକୃଷ୍ଣ ରଙ୍ଗ ମଞ୍ଚ ଗୋଷାଇଁନୁଆଗାଁ ଠାରେ ରଥ ଯାତ୍ରା ଉପଲକ୍ଷେ ବୈଦେହୀ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।। ଏଥିରେ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଡ଼ା ତିରୁପତି ସାହୁ, ସମାଜସେବୀ ପ୍ରଶାନ୍ତ ମହାରଣା, ନାଟ୍ୟକାର ଲୋକନାଥ କାନୁନ ଗୋ, ନାଟ୍ୟପ୍ରେମୀ କୈଳାସ ପାଣିଗ୍ରାହୀ,ସାମ୍ୱାଦିକ ତଥା କଣ୍ଠ ଶିଳ୍ପୀ ସୁଦୀପ କୁମାର୍ ସାହୁ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ଏକ କ୍ଷଦ୍ର ନାଟକ ” ଚକାଡୋଳା ସବୁ ତୁମରି ଲୀଳା”ମଞ୍ଚସ୍ଥ ହୋଇଥିଲା । ବହୁ ମନ୍ୟଗନ୍ୟ ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅନୁଷ୍ଠାନ ର ପରିଚାଳିକା ଗୋଧୂଳି ନାୟକ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ ।ଉଦଘୋଷକ ଭାବେ ସୂର୍ଯ୍ୟ ନାରାୟଣ ପାତ୍ର କାର୍ଯ୍ୟ କୁ ଆଗକୁ ନେଇଥିଲେ ।ସମସ୍ତ କାର୍ଯ୍ୟ ଵୈଦେହି ଅନୁଷ୍ଠାନ ପରିବାର ଦ୍ଵାରା ପଦ୍ମିନୀ ନାୟକ, ସେଫାଳୀ ନାୟକ, ଚାନ୍ଦ ମାମା, ଗଙ୍ଗାଧର ପାଣିଗ୍ରାହୀ, ସରୋଜ ଆଚାର୍ଯ୍ୟ ପ୍ରମୁଖ ସୁଚାରୁ ରୂପେ ସମ୍ପାଦନା କରିଥିଲେ ।

Also Read

Tags