ବ୍ରହ୍ମପୁର ୨୭/୦୮ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଦୁଇଦିନିଆ ‘ପିଏମଏଫଏମଇ କନକ୍ଲେଭ୍-୨୬’ରେ ଗଞ୍ଜାମ ଡିଆଇସିର ଡିଆରପି ସାଇଚନ୍ଦନ ବିଶୋୟୀ ସମ୍ମାନିତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କ ଠାରୁ ସାଇଚନ୍ଦନ ପୁରସ୍କାର ଗ୍ରହଣ ପିଏମଏଫଏମଇ ରେ ସଫଳତା ହାସଲ କରିଛନ୍ତି । ଗଞ୍ଜାମଜିଲ୍ଲାରେ ୨୯୦ରୁ ଅଧିକ ଋଣ ମଞ୍ଜୁର କରାଇବାରେ ବିଶୋୟୀ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି I ଏହାସହ ସଫଳ କାର୍ଯ୍ୟାନ୍ବୟନ ପାଇଁ ଡିଆଇସି ଗଞ୍ଜାମକୁ ମଧ୍ୟ ପ୍ରଶଂସା କରାଯାଇଛି । ଏପରି ସଫଳତା ଲାଗି ଚନ୍ଦନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି I ଚନ୍ଦନ ଗଞ୍ଜାମ ଜିଲ୍ଲା ବ୍ଲକ୍ ଜଗନ୍ନାଥପ୍ରସାଦ ଅଢ଼େଇଗାଁ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ବିଷୋୟୀଙ୍କ ପୁତ୍ର ଅଟନ୍ତି ।





